Get Updates
Get notified of breaking news, exclusive insights, and must-see stories!

SRCଙ୍କ ନୂଆ ଗାଇଡଲାଇନ ଅନୁଯାୟୀ ମିଳିବ କ୍ଷତିପୂରଣ, ଭୁଲ ରିପୋର୍ଟ ଦେଲେ ହେବ କଡା କାର୍ଯ୍ୟନୁଷ୍ଠାନ; ମନ୍ତ୍ରୀ

ବାତ୍ୟା ଜନିତ କ୍ଷୟକ୍ଷତି ପ୍ରଦାନ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ମନ୍ତ୍ରୀ କହିଛନ୍ତି, ଜିଲ୍ଲା ସ୍ତରରୁ ଆଖି ଦେଖା ରିପୋର୍ଟ ଆସିଛି । ବର୍ଷା କମିଲା ପରେ ଫିଲ୍ଡକୁ ଯାଇ ଜିଓ ଟ୍ୟାଗିଂ କରି ସରକାରଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, SRC ଓ କୃଷି ବିଭାଗ ନିଷ୍ପତ୍ତି ନେବେ । ଲୋକଙ୍କୁ ଆମେ ଛାଡିବାକୁ ଚାହୁନୁ । ଲୋକଙ୍କ ଅଧିକାର ଯାହା ଦରକାର ସରକାର ଯୋଗାଇଦେବେ ।

SRCଙ୍କ ନୂଆ ଗାଇଡଲାଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ । ଜିଲ୍ଲା ସ୍ତରରୁ ରିପୋର୍ଟ ଆସିଲେ SRCଙ୍କୁ ଦିଆଯିବ । DBT ମାଧ୍ୟମରେ ଲୋକଙ୍କୁ କ୍ଷତିପୂରଣ ଦିଆଯିବ । ଭୁଲ୍ ରିପୋର୍ଟ ନଦେବା ପାଇଁ ସତର୍କ କରାଯାଉଛି । ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନେବେ ସରକାର । ପୂର୍ବରୁ ଆସିଥିବା ବାତ୍ୟାରେ ୨ ମାସ ଲାଗୁଥିଲା ବିଦ୍ୟୁତ ପୁନଃଉଦ୍ଧାର ପାଇଁ । ଶୁକ୍ରବାର ୯୦ % ବିଦ୍ୟୁତ କାମ ସରିଛି । ବର୍ଷା ପାଇଁ ୧୦ % ରହିଯାଇଥିଲା । ଶନିବାର ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ କାମ ସରିବ ବୋଲି କେ.ଭି. ସିଂହଦେଓ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+