ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ୍, ୩ ଶ୍ରମିକ ଗୁରୁତର
ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ୍, ୩ ଶ୍ରମିକ ଗୁରୁତର
ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ପାଣିକୋଇଲି-ରାଜାମୁଣ୍ତା NH-୨୦ର କୁଶେଣ ନଦୀ ସେତୁ ଭୁଶୁଡ଼ିଲା । ନଦୀର ଦ୍ୱିତୀୟ ସେତୁ କାମ ଚାଲିଥିବା ବେଳେ ଭୁଶୁଡ଼ିଲା ବିମ୍ । ଏଥିରେ ୩ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, କୁଶେଇ ନଦୀ ଉପରେ କାମ ଚାଲୁଥିବା ବେଳେ ଆଜି ସକାଳେ ୨ଟି ବିମ୍ ଭୁଶୁଡ଼ି ପଡିଥିଲା । ବିମ୍ ଦୁଇଟି ଭାଙ୍ଗି ନଦୀରେ ପଡ଼ିଥିବା ବେଳେ ୩ଜଣ ଶ୍ରମିକ ଏଥିରେ ଚାପି ହୋଇ ରହିଯାଥିଲେ । ତୁରନ୍ତ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା ଓ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସୂଚନା ଅନୁସାରେ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି । ବର୍ତ୍ତମାନ ଚିକିତ୍ସା ଜାରି ରହିଛି । ତେବେ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ଘଷିପୁରା ପୋଲିସ । ସୂଚନା ଅନୁସାରେ ପାଖାପାଖି ୨ ବର୍ଷ ହେବ ଏହି ନିର୍ମାଣ କାର୍ଯ୍ୟ ଜାରି ରହିଛି ।












Click it and Unblock the Notifications