ଭୁଶୁଡ଼ିଲା ନିର୍ମାଣାଧୀନ କଲଭର୍ଟ, ଗାଧୋଇବା ବେଳେ ୪ ଶିଶୁଙ୍କ ସମେତ ୫ ମୃତ
ରାୟଗଡ଼ା: କଲଭର୍ଟ ନେଇଗଲା ୫ ଜୀବନ । ନିର୍ମାଣାଧୀନ କଲଭର୍ଟ ଭୁଶୁଡ଼ି ୫ ମୃତ। ରାୟଗଡାରେ ଏକ ନିର୍ମାଣାଧୀନ କଲଭର୍ଟ ଭୁଶୁଡ଼ି ପଡିଛି । ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ୪ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି । କଲଭର୍ଟ ତଳେ ଗାଧୋଉ ଥିବାବେଳେ ଏହି ଅଘଟଣ ଘଟିଛି।
ସୂଚନାଯୋଗ୍ୟ ଯେ, ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଉପରସଜା ଗାଁ ନିକଟରେ ଏହି ବଡ଼ ଧରଣର ଅଘଟଣ ଘଟିଛି । ତେବେ କଲଭର୍ଟ ତଳେ ଗାଧୋଉଥିବା ବେଳେ କଲଭର୍ଟଟି ଭୁଶୁଡି ପଡିଥିଲା । ଯାହା ଫଳରେ ଏତେ ବଡ ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଉପରସାଜା ନିକଟରେ ଏକ କଲଭର୍ଟ ନିର୍ମାଣ ହେଉଥିଲା । ଆଉ ଏହା ତଳେ ୫ ଜଣ ଗାଧୋଉଥିଲେ । ଠିକ୍ ଏତିକି ବେଳେ ନିର୍ମାଣ ଧିନ କଲର୍ଭଟଟି ଭୁଷୁଡ଼ି ପଡ଼ିଥିଲା । ଯାହା ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଛି । ଏହି କଲଭର୍ଟଟି ଆର୍ଡି ବିଭାଗ କରୁଥିଲା ବୋଲି ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ବି ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିବା ସୂଚନା ମିଳିଛି ।












Click it and Unblock the Notifications