ବଡ ସାଇବର ଠକେଇ ଘଟଣାର ପର୍ଦ୍ଦାଫାଶ ; ୨୪ ଜଣ ଅଭିଯୁକ୍ତ ଗିରଫ

ବଡ଼ ଧରଣର ସାଇବର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ସିଆଇଡି କ୍ରାଇମବ୍ରାଞ୍ଚ। ଏହି ଘଟଣାରେ ଆନ୍ତଃରାଜ୍ୟ ସାଇବର ଲୁଟ୍‌ର ୨୪ ଜଣଙ୍କୁ ଗିରଫ କରାଯାଇଛି।

cyber fraud

ହ୍ବାଟ୍ସଆପରେ କୋଟାକ୍ ଇନ୍‌ଭେଷ୍ଟମେଣ୍ଟ କ୍ଲବ୍‌ ଗ୍ରୁପ କରି ୬ କୋଟି ୨୮ ଲକ୍ଷ ଟଙ୍କା ଠକେଇ କରିଥିଲେ ଏହି ସାଇବର ଲୁଟେରା। ୧୦୦ରୁ ଊର୍ଦ୍ଧ୍ବ ବ୍ୟାଙ୍କ ଆକାଉଣ୍ଟରେ ନେଇଯାଇଥିଲେ ଏହି ଲୁଟ୍ ଟଙ୍କା। କ୍ରାଇମବ୍ରାଞ୍ଚ ଗଠନ କରିଥିବା ୭ଟି ଟିମ୍ ତାମିଲନାଡୁରୁ ୯ ଜଣ ଅଭିଯୁକ୍ତ, ଗୁଜରାଟରୁ ୮ ଓ ରାଜସ୍ଥାନରୁ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ତଦନ୍ତ ସମୟରେ ଅଭିଯୁକ୍ତଙ୍କଠାରୁ ଜବତ ହୋଇଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୧୬.୮୫ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି।

ଅଭିଯୋଗକାରୀଙ୍କୁ ବର୍ତ୍ତମାନସୁଦ୍ଧା ୬.୮୦ ଲକ୍ଷ ଟଙ୍କା ଫେରାଇଛି କ୍ରାଇମବ୍ରାଞ୍ଚ। ଘଟଣାର ତଦନ୍ତ ଜାରି ରହିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଶ ମିଶ୍ର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+