ରାଜଧାନୀ ଭୁବନେଶ୍ବରରେ ଅସହ୍ୟ ଗୁଳୁଗୁଳି; ସାଢ଼େ ୮ଟା ସୁଦ୍ଧା ୩୨.୭ ଡିଗ୍ରୀ ଟପିଲା ତାପମାତ୍ରା
ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ରାଜଧାନୀ ଭୁବନେଶ୍ଵରରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ସାଢେ ୮ ଟା ସୁଦ୍ଧା ତାପମାତ୍ରା ୩୨.୭ ଡିଗ୍ରୀ ଟପିଛି । ଭୁବନେଶ୍ଵରର ଆର୍ଦ୍ରତା ୭୧.୬ % ରେକର୍ଡ ହୋଇଛି ।

ଗତ ୩ ଦିନ ହେବ ରାଜଧାନୀରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଉପକୂଳରେ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହୁଥିବାରୁ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ସୋମବାର ସମ୍ବଲପୁରରେ ପାରଦ ୪୨.୯ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୪୨.୨, ହୀରାକୁଦ ୪୨.୪, ବଲାଙ୍ଗିର ୪୨.୧, ଟିଟିଲାଗଡ଼ ଓ ବୌଦ୍ଧରେ ୪୨ଡିଗ୍ରୀ ରହିଥିଲା।












Click it and Unblock the Notifications