ଅସହ୍ୟ ଗ୍ରୀଷ୍ମ ପ୍ରବାହ, ସକାଳ ସାଢ଼େ ୮ଟା ସୁଦ୍ଧା ୩୩.୪ ଡିଗ୍ରୀ ଛୁଇଁଲା ଭୁବନେଶ୍ୱରର ତାପମାତ୍ରା
ଅସହ୍ୟ ଗମର ଓ ଗୁଳୁଗୁଳିରେ ଆଉଟପାଉଟ ହେଉଛନ୍ତି ଲୋକେ । ଦିନ ହେଉ କି ରାତି ତାତିରୁ ନିସ୍ତାର ମିଳୁନି । ମଙ୍ଗଳବାର ସକାଳୁ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୩ଡିଗ୍ରୀ ପାର୍ କରିଛି । ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୩.୪ ଡିଗ୍ରୀ ହୋଇଛି । ସେହିପରି ବାଲେଶ୍ୱରରେ ସର୍ବାଧିକ ୩୪.୮ଡିଗ୍ରୀ, ପୁରୀରେ ୩୪.୬ ଡିଗ୍ରୀ, ଚାନ୍ଦବାଲିରେ ୩୩.୪ ଡିଗ୍ରୀ ଓ ପାରାଦ୍ୱୀପ ୩୨.୮ ଡିଗ୍ରୀ ରେକର୍ଡ କରାଯାଇଛି ।

ଭୁବନେଶ୍ୱରରେ ଆଦ୍ରତା ୬୭.୨ଡିଗ୍ରୀ ରହୁଥିବାରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନକୁ ମୌସୁମୀ ବାୟୁ ଅଗ୍ରସର ହୋଇଛି। ମୌସୁମୀ ସକ୍ରିୟ ନ ଥିବାରୁ ବର୍ଷାର ସମ୍ଭାବନା ନାହିଁ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ।
ଆଜି ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗରମ ଓ ଗୁଳୁଗୁଳି ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଂଜାମରେ ଗୁଳୁଗୁଳି ଓ ଗରମ ନାକେଦମ୍ କରିବ। ସେହିପରି, ଆସନ୍ତାକାଲି ବାଲେଶ୍ବର, ଭଦ୍ରକ,ଯାଜପୁର,କେନ୍ଦ୍ରାପଡା, କଟକ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ ଓ ଗଜପତିରେ ଭୀଷଣ ଗରମ ହେବ। ଗୁରୁବାର ଓ ଶୁକ୍ରବାର ବି ତାତିରୁ ତ୍ରାହି ମିଳିବନି।












Click it and Unblock the Notifications