ଅସମ୍ଭାଳ ତାତି; ସାଢ଼େ ୧୧ରେ ୩୭ ଟପିଲା ଝାରସୁଗୁଡ଼ା ତାପମାତ୍ରା

ଦିନ ୧୨ଟାରୁ ଅସମ୍ଭାଳ ତାତି । ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ୩୭ ଡିଗ୍ରୀ ଟପିଛି । ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ୩୭.୨ ଡିଗ୍ରୀ ଟପିଲା । କହିରଖୁଛୁ କି, ଗତକାଲି ଏହି ସମୟରେ ଝାରସୁଗୁଡ଼ାରେ ତାପମାତ୍ରା ୩୩.୬ ଡିଗ୍ରୀ ରହଥିଲା ।

temperature

ତେବେ ଗୋଟିଏ ଦିନ ମଧ୍ୟରେ ତାପମାତ୍ରା ୩ ଡିଗ୍ରୀ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ଚିନ୍ତାର କାରଣ ସାଜିଛି । ତେବେ ପ୍ରଚଣ୍ଡ ଗରମ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଥିଲା । ୨ରୁ ୩ଡିଗ୍ରୀ ତାପମାତ୍ରା ବୃଦ୍ଧି ସହିତ ଆବଶ୍ୟକତା ନଥିଲେ ଘରୁ ନବାହାରିବା ପାଇଁ କୁହାଯାଇଛି । ପ୍ରବଳ ଗୁଳୁଗୁଳି ହେବା ନେଇ ମଧ୍ୟ ପାଣିପାଗ ବିଭାଗ ଅନୁମାନ କରିଛି ।

ବିଶେଷ ଭାବେ ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି । ଅନୁଗୁଳ, ବୌଦ୍ଧ, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର ଓ ସମ୍ବଲପୁରକୁ ମଧ୍ୟ ଆଲର୍ଟ କରାଯାଇଛି । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ହେବା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି । ବୈଶାଖ ନହେଉଣୁ 40 ଆଉ ଆଗରୁ କେତେ ବୋଲି ଲୋକେ ଚିନ୍ତାରେ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+