ରାଜ୍ୟରେ ଅସହ୍ୟ ଥଣ୍ଡା; ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର

ରାଜ୍ୟକୁ ପୁଣି ଫେରିଲା ଶୀତ । ୧୪ ତାରିଖ ଯାଏ ଶୀତ ଲହରୀ ଜାରି । ମୟୂରଭଞ୍ଜରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀକୁ ଖସିଲା ପାରଦ । ଶିମିଳିପାଳ ଅଭୟାରଣ୍ୟର ଉପର ବାରାକାମୁଡ଼ାରେ ତାପମାତ୍ରା ୧ଡିଗ୍ରୀ, ଗୁଡ଼ଗୁଡ଼ିଆରେ ତାପମାତ୍ରା ୩ ଡିଗ୍ରୀ କୁ ଖସିଛି । ଶିମିଳିପାଳର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି ।

cold

ଆଗାମୀ ଦୁଇ ଦିନ ଶୀତ ଲହରୀ ପାଇଁ ଝାରସୁଗୁଡା, ଅନୁଗୁଳ ଏବଂ ବୌଦ୍ଧକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟକୁ ହାଡ଼ଭଙ୍ଗା ଶୀତ ଫେରିବା ସହ ଶୀତଲହରୀ ପରିସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଦେଶର ମଧ୍ୟଭାଗରେ ଗୁରୁଚାପ ବଳୟ ସକ୍ରିୟ ରହିଛି । ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ରେ ତୀବ୍ରତା ଵୃଦ୍ଧି ହେବା ସହ ଜଳୀୟବାଷ୍ପର ପରିମାଣ ହ୍ରାସ ଯୋଗୁଁ ଶୀତର ପ୍ରକୋପ ଵୃଦ୍ଧି ସମ୍ଭାବନା ରହିଛି ।

ଅନ୍ୟପଟେ ଆଗାମୀ ୩ ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବ ନାହିଁ । କିନ୍ତୁ ୧ ରୁ ୨ ଡିଗ୍ରୀ ସେଲସିୟସ ଖସିପାରେ ରାତି ତାପମାତ୍ରା । ଗତ ୨୪ ଘଣ୍ଟା ମଧ୍ୟରେ ରାତ୍ରି ତାପମାତ୍ରା ଖସିଛି । ରାଉରକେଲାରେ ସର୍ବନିମ୍ନ ୬.୭ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+