ରଥ ଉପରକୁ ଅଣସେବାୟତ ଚଢ଼ିଲେ ହେବେ ଗିରଫ, ଆଇନ ମନ୍ତ୍ରୀ
ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ସମସ୍ତ ସାଜସଜା କାର୍ଯ୍ୟ ଆରମ୍ଭ ହୋଇଛି। ରଥକାର୍ଯ୍ୟ ମଧ୍ୟ ଆଉ ଅଳ୍ପ ରହିଛି। ସ୍ନାନପୂର୍ଣ୍ଣିମା ପରେ ମହାପ୍ରଭୁ ଅଣସରଘରେ ଅଛନ୍ତି। ତେବେ ଏହାରି ମଧ୍ୟରେ ଏହି ରଥଯାତ୍ରାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।

ରଥଯାତ୍ରାକୁ ନେଇ ସରକାରଙ୍କ କଠୋର ଆଭିମୁଖ୍ୟ ପ୍ରକାଶ ପାଇଛି। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ଅଣସେବାୟତ ରଥରେ ଚଢିଲେ ବନ୍ଧା ହେବେ।
ସେ ଆହୁରି କହିଛନ୍ତି ଯେ, ରଥ ଉପରେ ମୋବାଇଲ ଫୋନ ବ୍ୟାନ୍ ହେବ। ପହଣ୍ଡିରେ କେଉଁ ସେବାୟତ ରହିବେ ତାହା ତାଲିକା ହେବ। ଅଭିଜ୍ଞ, ବରିଷ୍ଠ ଓ ଯୁବବର୍ଗଙ୍କୁ ନେଇ ଟିମ୍ ଗଠନ ହେବ। ଘଣ୍ଟୁଆ ସେବାୟତଙ୍କର ମଧ୍ୟ ତାଲିକା ପ୍ରସ୍ତୁତ ହେବ। ତାଲିକା ପାଇଁ ନିଯୋଗ ସେବାୟତଙ୍କ ନାଁ ଦେବେ। ଛତିଶା ନିଯୋଗ ସହ ଆଲୋଚନାରେ ନିଷ୍ପତ୍ତି ହୋଇଛି।












Click it and Unblock the Notifications