କ୍ରିକେଟ ଖେଳରୁ ମହାଭାରତ: ‘ନୋ ବଲ୍‌’ ଦେବାରୁ ଆମ୍ପାୟାରଙ୍କୁ ଛୁରୀ ଭୁସି ହତ୍ୟା

Umpire Stabbed to Death

ଚୌଦ୍ୱାର: କ୍ରିକେଟ ଖେଳରୁ ମହାଭାରତ । 'ନୋ ବଲ୍‌' ଦେବାରୁ ଆମ୍ପାୟାରଙ୍କୁ ଛୁରୀ ଭୁସି କଲେ ହତ୍ୟା । ବିଭଚ୍ଛ ଘଟଣା ଘଟିଛି କଟକ ଜିଲ୍ଲା ଚୌଦ୍ୱାର ଥାନା ମହିଷାଲଣ୍ଡା ପଞ୍ଚାୟତରେ ।

ମ୍ୟାଚ୍‌ ଚାଲିଥିଲା ବେଳେ ବୋଲରଙ୍କ ଏକ ବଲକୁ ଅମ୍ପାୟାର 'ନୋ ବଲ' ଘୋଷଣା କରିବାରୁ ତାଙ୍କୁ ହତ୍ୟା କରାଯାଇଛି। ଛୁରା ଓ ବ୍ୟାଟ୍‌ମାଡ଼ରେ ଅମ୍ପାୟାରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଲକି ରାଉତ (୨୨) । ତେବେ ଛୁରା ମାଡ଼ କରିଥିବା ଯୁବକକୁ ଗ୍ରାମବାସୀ କାବୁ କରି ଅଟକ ରଖିଥିଲେ। ଖବର ପାଇ ଚୌଦ୍ଵାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାକୁ ଗିରଫ କରିଛି ।

ସୂଚନା ମୁତାବକ, ମହିଁସାଲଣ୍ଡା ପଞ୍ଚାୟତରେ ଆଜି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲୁଥିବା ବେଳେ ଦୁଇଟି ଟିମ୍ ଭିତରେ ଗଣ୍ଡଗୋଳ ଘଟିଥିଲା । ମହିଁସାଲଣ୍ଡା ଗାଁର ପିଲାମାନେ ଏହି ଖେଳ ଆୟୋଜନ କରିଥିଲେ । ଆଜି ବ୍ରହ୍ମପୁର ଓ ଶଙ୍କରପୁର ଟିମ୍‌ ମଧ୍ୟରେ ମ୍ୟାଚ୍‌ ଖେଳା ଯାଉଥିଲା । ଦର୍ଶକମାନେ ଖେଳ ଦେଖିବାକୁ ଉପସ୍ଥିତ ଥିଲେ ।

ଏହି ସମୟରେ ଅମ୍ପାୟାରଙ୍କ ନୋ ବଲ୍‌ ଘୋଷଣାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଅମ୍ପାୟାର ଭୂମିକାରେ ଥିବା ଲକି 'ନୋ ବଲ' ଘୋଷଣା କରିବାରୁ ତାଙ୍କୁ ଆକ୍ରମଣ ହୋଇଥିଲା। ବୋଲିଂ କରୁଥିବା ଟିମ୍‌ର ଖେଳାଳିମାନେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଫଳରେ ଅମ୍ପାୟାରଙ୍କୁ ଗୁରୁତର ଅବସ୍ଥାରେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଖବର ଅନୁଯାୟୀ, ରବିବାର ଦିନ ମହିଷାଲଣ୍ଡା ପଞ୍ଚାୟତରେ ଗାଁର କିଛି ଯୁବକମାନେ କ୍ରିକେଟ୍‌ ଖେଳ ଚାଲିଥିଲା । ଭୁଲ ନିଷ୍ପତ୍ତି ଅଭିଯୋଗରେ ଉତ୍‌କ୍ଷିପ୍ତ ଦୁଇ ଯୁବକ ଅମ୍ପାୟାରଙ୍କ ଉପରେ ଆକ୍ରମଣ କରିଥିଲେ । ବ୍ୟାଟ ଓ ଛୁରୀ ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ । ଲକି ରାଉତଙ୍କ ଛାତି ଓ ପେଟରେ ଗଭୀର ଆଘାତ ଲାଗିଥିଲା । ଯାହାଫଳରେ ଲକି ରାଉତ ଗୁରୁତର ହୋଇପଡିଥିଲା । ତୁରନ୍ତ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଲକି ରାଉତଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+