Get Updates
Get notified of breaking news, exclusive insights, and must-see stories!

ଆଜି ଅଲଟିମେଟ୍ ଖୋ ଖୋ ଫାଇନାଲ: ତେଲଗୁ ଯୋଦ୍ଧାସକୁ ଭେଟିବ ଓଡ଼ିଶା ଜଗରନଟ୍ସ

ଆଜି ଅଲଟିମେଟ୍ ଖୋ ଖୋ ଫାଇନାଲ । ଓଡ଼ିଶା ଜଗରନଟ୍ସ ଓ ତେଲଗୁ ଯୋଦ୍ଧାସ୍ ମଧ୍ୟରେ ହେବ ଟକ୍କର । ଓଡ଼ିଶା କ୍ରୀଡ଼ା ବିକାଶ ଏବଂ ପ୍ରସାର କମ୍ପାନି ମାଲିକାନାରେ ଥିବା ଏହି ଦଳ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ‘ଅଲଟିମେଟ୍ ଖୋ ଖୋ’ ଲିଗରେ ଚତ୍ମକାର ପ୍ରଦର୍ଶନ କରି ଫାଇନାଲରେ

ପୁଣେ: ଆଜି ଅଲଟିମେଟ୍ ଖୋ ଖୋ ଫାଇନାଲ । ଓଡ଼ିଶା ଜଗରନଟ୍ସ ଓ ତେଲଗୁ ଯୋଦ୍ଧାସ୍ ମଧ୍ୟରେ ହେବ ଟକ୍କର । ଓଡ଼ିଶା କ୍ରୀଡ଼ା ବିକାଶ ଏବଂ ପ୍ରସାର କମ୍ପାନି ମାଲିକାନାରେ ଥିବା ଏହି ଦଳ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା 'ଅଲଟିମେଟ୍ ଖୋ ଖୋ' ଲିଗରେ ଚତ୍ମକାର ପ୍ରଦର୍ଶନ କରି ଫାଇନାଲରେ ଯୋଗ୍ୟତା ହାସଲ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିରେ ଓଡ଼ିଶା ଦଳର କୋଚ୍ ଓ ଖେଳାଳିଙ୍କ ସହ କଥା ହୋଇ ମନୋବଳ ବଢ଼ାଇଛନ୍ତି ।

Odisha Juggernaut

'ଅଲଟିମେଟ୍ ଖୋ ଖୋ' ଫାଇନାଲ ସଂଧ୍ୟା 8ଟାରେ ଖେଳାଯିବ । ଓଡ଼ିଶା ଜଗରନଟ୍ସ 'ଅଲ୍ଟିମେଟ୍ ଖୋ ଖୋ' ଲିଗରେ ଭଲ ପ୍ରଦର୍ଶନ କରି ଗୁଜରାଟକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଗୁଜରାଟ ଜେଣ୍ଟସକୁ ୧୪ ପଏଣ୍ଟରେ ହରାଇ ଫାଇନାଲରେ ପହଞ୍ଚିଛି ଓଡ଼ିଶା ଜଗରନଟ୍ସ ।

'ଅଲ୍ଟିମେଟ୍ ଖୋ ଖୋ ' ପ୍ରତିଯୋଗିତାର ପୁରସ୍କାର ରାଶି ଘୋଷଣା ହୋଇ ସାରିଛି । ଏହି ପ୍ରଥମ ସଂସ୍କରଣ ପାଇଁ ମୋଟ ୨ କୋଟି ଟଙ୍କାର ପୁରସ୍କାର ବ୍ୟବସ୍ଥା କରାଯାଇଛି। ବିଜେତା ଦଳକୁ ୧ କୋଟି ଟଙ୍କାର ପୁରସ୍କାର ରାଶି ମିଳିବାକୁ ଥିଲା ବେଳେ ଉପବିଜେତା ଦଳକୁ ୫୦ ଲକ୍ଷ ଏବଂ ତୃତୀୟ ସ୍ଥାନ ଦଳକୁ ୩୦ ଲକ୍ଷ ଟଙ୍କା ମିଳିବ। ଅବଶିଷ୍ଟ ୨୦ ଲକ୍ଷ ଟଙ୍କା ଅନ୍ୟାନ୍ୟ ପୁରସ୍କାର ବାବଦରେ ବ୍ୟୟ କରାଯିବ। ପ୍ରଥମ ଋତୁର ଏହି ପୁରସ୍କାର ଅର୍ଥ କୌଣସି ଭାରତୀୟ ଅଣଅଲିମ୍ପିକ୍‌ ଏବଂ ଅଣ କ୍ରିକେଟ୍‌ ଲିଗ୍‌ ତୁଳନାରେ ସର୍ବାଧିକ ବୋଲି କୁହାଯାଇଛି। ପୁରସ୍କାର ରାଶି କେବଳ ଦଳକୁ ନୁହେଁ ସମସ୍ତ ଖେଳାଳିଙ୍କୁ ପ୍ରେରିତ କରିବ ବୋଲି କହିଛନ୍ତି ସିଇଓ ଏବଂ ଲିଗ୍‌ କମିଶନର ତେନ୍‌ଜିଙ୍ଗ୍‌ ନିୟୋଗୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+