Get Updates
Get notified of breaking news, exclusive insights, and must-see stories!

ପଢା ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ଡ଼ାକ୍ତରୀ ଛାତ୍ରଛାତ୍ରୀ

ୟୁକ୍ରେନ୍ ଫେରନ୍ତା ଡ଼ାକ୍ତରୀ ଛାତ୍ରଛାତ୍ରୀମାନଙ୍କ ଅସୁବିଧା ସଂପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ। ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଭିଷିକା ମଧ୍ୟରେ ୟୁକ୍ରେନର ବିଭିନ୍ନ ମେଡ଼ିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ ପଢ଼ୁଥିବା

ଭୁବନେଶ୍ବର: ୟୁକ୍ରେନ୍ ଫେରନ୍ତା ଡ଼ାକ୍ତରୀ ଛାତ୍ରଛାତ୍ରୀମାନଙ୍କ ଅସୁବିଧା ସଂପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ। ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଭିଷିକା ମଧ୍ୟରେ ୟୁକ୍ରେନର ବିଭିନ୍ନ ମେଡ଼ିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଆଜି ଅନିଶ୍ଚିତତା ମଧ୍ୟରେ ଗତି କରୁଛି । ୟୁକ୍ରେନ ଫେରନ୍ତା ଓଡ଼ିଶାର ଛାତ୍ରଛାତ୍ରୀମାନେ ଏ ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରି ସହାୟତାର ହାତ ବଢ଼ାଇବା ପାଇଁ ଅନୁରୋଧ କରିଛନ୍ତି ।

Naveen

ଓଡ଼ିଶାର ବିଭିନ୍ନ ସ୍ଥାନରୁ ୟୁକ୍ରେନ୍‌ରେ ୪୭୦ ଜଣ ମେଡ଼ିକାଲ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏମାନଙ୍କର ଏକ ପ୍ରତିନଧୂ ଦଳ ଇତି ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଭେଟି ତାଙ୍କର ଅସୁବିଧା ଜଣାଇବା ସହ କିଭଳି ନିଜର ପାଠ୍ୟକ୍ରମ ଜାରି ରଖିପାରିବେ ସେ ସଂପର୍କରେ ସହାୟତା ଆଶା କରିଛନ୍ତି । ଏ ସଂପର୍କରେ ମନ୍ତ୍ରୀ ଦାସ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟଙ୍କୁ ପତ୍ରଲେଖୁ ତାଙ୍କର ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ , ୟୁକ୍ରେନ ଯୁଦ୍ଧର ଭୟାବହତା ସମୟରେ ଭାରତ ସରକାରଙ୍କ ପକ୍ଷରୁ ସେଠାରେ ମେଡ଼ିକାଲ ପଢୁଥିବା ଡ଼ାକ୍ତରୀ ଛାତ୍ରମାନଙ୍କୁ ନିରାପଦ ଭାବରେ ଉଦ୍ଧାର କରି ଦେଶକୁ ଆଣିବା ନିଶ୍ଚିତ ଭାବରେ ସ୍ଵାଗତ ଯୋଗ୍ୟ ପଦକ୍ଷେପ । ଯୁଦ୍ଧ କାଳୀନ ପରିସ୍ଥିତିରେ ଏହି ନିକଟ ଭବିଷ୍ୟତରେ ଏହାର ପୁନଃଉଦ୍ଧାର ସମ୍ଭବ ନୁହେଁ ।

ଏହା ମଧ୍ୟରେ ମେଡ଼ିକାଲ ଛାତ୍ରଛାତ୍ରୀମାନେ କରିଥିବା ଆବେଦନ ବିଚାର ନିମନ୍ତେ ଅନୁରୋଧ ଜଣାଇଛନ୍ତି । ଏହି ଅବସରରେ ମନ୍ତ୍ରୀ ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ , ଛାତ୍ରଛାତ୍ରୀମାନଙ୍କର ସ୍ଥିତିକୁ ହୃଦୟଙ୍ଗମ କରି ମାନବିକତାର ସହ ସେମାନଙ୍କର ସମସ୍ୟାକୁ ଅଗ୍ରାଧିକାର ଦେବା ସହ ଏହାର ସମାଧାନର ବାଟ ସ୍ଥିର କରନ୍ତୁ । ଫଳରେ ଛାତ୍ରଛାତ୍ରୀମାନେ ଉପକୃତ ହୋଇ ପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+