ଏବେ ହେବନି ୟୁଜି-ପିଜି ପରୀକ୍ଷା, ଶ୍ରେଣୀଗୃହ ପାଠପଢା ପରେ ପରୀକ୍ଷା କରାଇବାକୁ ଯୋଜନା
ରାଜ୍ୟରେ ଜାରି ରହିଥିବା କରୋନା ମହାମାରୀକୁ ଦୃଷ୍ଚିରେ ରଖି କଲେଜ ଓ ବିଶ୍ୱବିଦ୍ୟାଳୟସ୍ତରୀୟ ପରୀକ୍ଷାକୁ ବନ୍ଧ କରାଯିବାକୁ ନିଷ୍ପତି ନିଆଯାଇଛି ।
ଭୁବନେଶ୍ୱର: ଏବେ ହବନି ୟୁଜି ଓ ପିଜି ପରୀକ୍ଷା । ରାଜ୍ୟରେ ଜାରି ରହିଥିବା କରୋନା ମହାମାରୀକୁ ଦୃଷ୍ଚିରେ ରଖି କଲେଜ ଓ ବିଶ୍ୱବିଦ୍ୟାଳୟସ୍ତରୀୟ ପରୀକ୍ଷାକୁ ବନ୍ଦ କରାଯିବାକୁ ନିଷ୍ପତି ନିଆଯାଇଛି ।

ଯେହେତୁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଶ୍ରେଣୀ ଗୃହରେ ପଢ଼ାଯାଇ ନାହିଁ ସେଥିଲାଗି ସରକାର ଏପରି ଏକ ନିଷ୍ପତ୍ତି ସରକାର ନେଇଛନ୍ତି । ଶ୍ରେଣୀଗୃହ ପାଠ୍ୟକ୍ରମ ଆରମ୍ଭ ହେବା ପରେ ପରୀକ୍ଷା ନେଇ ବିଚାର କରିବାକୁ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଚିଠି ଲେଖି ଜଣାଇଛନ୍ତି ।
କରୋନା ମହାମାରୀ କାରଣରୁ ଚଳିତ ବର୍ଷର ପାଠ ପଢ଼ା ସମ୍ପୂର୍ଣ୍ଣ ବ୍ୟାଘାତ ହୋଇଛି । ସ୍କୁଲ କଲେଜ ସବୁ ବନ୍ଦ ରହିଛି । ସବୁ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ କ୍ଲାସ୍ର ସୁବିଧା ପାଇ ପାରି ନାହାନ୍ତି । ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଦେବା କଷ୍ଟକର ହୋଇପାରେ । ତେଣୁ ୟୁଜି ଓ ପିଜି ପରୀକ୍ଷା ନକରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।












Click it and Unblock the Notifications