ହାଡଭଙ୍ଗା ଶୀତରେ ଥରୁଛି ଜି ଉଦୟଗିରି ଓ ଦାରିଙ୍ଗିବାଡ଼ି
କ୍ରମାଗତ ଏକ ସପ୍ତାହ ହେବ ହାଡଭଙ୍ଗା ଶୀତରେ ଥରୁଛି ଜି ଉଦୟଗିରି ଓ ଦାରିଙ୍ଗିବାଡ଼ି। ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ରେକର୍ଡ କରାଯାଇଛି। ପ୍ରବଳ ଶୀତ ଯୋଗୁ ଜନଜୀବନ ପ୍ରଭାବିତ ହେଉଛି। ରାସ୍ତା କଡରେ ବସି ବିକ୍ରି କରୁଥିବା ଛୋଟ ବ୍ୟବସାୟୀମାନେ ଅଧୂକ ଅସୁବିଧାରେ ସମ୍ମୁଖୂନ ହେଉଛନ୍ତି ।

ଶୀତ ଯୋଗୁ ଘରୁ ବାହାରିବା କଷ୍ଟ ହେଉଛି । ଦିନ ୧୦ ଘଣ୍ଟା ସୁଦ୍ଧା ଘରୁ ବାହାରିବା କଷ୍ଟ ହେଉଛି। ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସୁଛନ୍ତି। ଶୀତ ସାଙ୍ଗକୁ କୋହଲା ପବନ ଯୋଗୁ ଲୋକେ ଅସ୍ତବ୍ୟସ୍ତ ହୋଇ ଯାଉଛନ୍ତି।ଅନ୍ୟପଟେ ଶୀତର ମଜା ନେବାପାଇଁ ପର୍ଯ୍ୟଟକଙ୍କ ଆସିବା ଆରମ୍ଭ ହୋଇଯାଉଛି। କଳିଙ୍ଗା ବନ ଉଦ୍ୟାନ, ମୁକୁଲିଙ୍ଗିଆ ହିଲ ଟପ, ଶିରିକି ପାର୍କ ଓ ଡ୍ୟାମ୍ । କଫି ବଗିଚା ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଲାଣି।ଶୀତ ହେଉଥିବାରୁ ଗଛ ରେ ଭରପୁର ଭାବେ ଫୁଲ ଭର୍ତ୍ତି ହୋଇଅଛି।
ତାପମାତ୍ରା ୩ ଡିଗ୍ରୀ ହେଲେ ଫୁଲ ନଷ୍ଟ ହେବାର ଆଶଙ୍କା ରହିଅଛି ବୋଲି ଉଦ୍ୟାନ ବିଭାଗୀୟ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । କିନ୍ତୁ ଏହି ମାତ୍ରାରେ ଶୀତ ହେଉଥିବାରୁ ଫୁଲ ଫୁଟି ପ୍ରକୃତି ରାଣୀ ବହୁତ୍ ସୁନ୍ଦର ଦିଶୁଅଛି । ସକାଳୁ ସକାଳୁ ଶୀତ ଓ କୁହୁଡି ଯୋଗୁଁ ପାହାଡ ତଳିଆ ଅଞ୍ଚଳ ବହୁ ସୁନ୍ଦର୍ ଦିଶୁଅଛି।ବିଶେଷ କରି ରାସ୍ତା ଓ ଗଛ ଗୁଡ଼ିକ ସ୍ପଷ୍ଟ ଜଣା ପଡ଼ିନାହିଁ।ଆହୁରି ଅଧିକ ଶୀତ ହେବ ବୋଲି ଅନୁମାନ କରାଯାଉଛି।












Click it and Unblock the Notifications