ବଜ୍ରପାତ ନେଲା ୨ ଚାଷୀଙ୍କ ଜୀବନ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୁବୁସାହି ପଞ୍ଚାୟତର ଜୟମଙ୍ଗଳ ଗାଁରେ ଘଟିଛି ଅଭାବନୀୟ ଘଟଣା । ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ହେଲେ ୬୨ ବର୍ଷୀୟ ନାରଣ ପ୍ରଧାନ ଓ ୪୨ ବର୍ଷୀୟ ସରୋଜ ଜେନା । ଜୟମଙ୍ଗଳ ଗାଁର ନାରାୟଣ ପ୍ରଧାନ ଓ ସରୋଜ ଜେନା ବିଲରୁ କାମ ସାରି ଘରକୁ ଫେରୁଥିଲେ ।

ରାସ୍ତାରେ ଯିବା ବେଳେ ହଠାତ ବଜ୍ରପାତ ହୋଇଥିଲା । ବଜ୍ରାଘାତ ଯୋଗୁଁ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ରାତି ହେବା ପରେ ଉଭୟଙ୍କ ପରିବାର ଲୋକ ଖୋଜାଖୋଜି କରିବା ବେଳେ ନାରାୟଣ ଓ ସରୋଜ ବିଲ ନିକଟରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଉଭୟଙ୍କ ପରିବାର ଲୋକ ଖୋର୍ଦ୍ଧା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।












Click it and Unblock the Notifications