କୋରାପୁଟ-ରାୟଗଡା ଟନେଲ୍ କାମରେ ଅଘଟଣ: ମାଟି ଅତଡା ଧସି ଦୁଇ ଶ୍ରମିକଙ୍କ ମୃତ୍ୟୁ
ଟନେଲ କାମ ଚାଲିଥିବା ବେଳେ ଅଘଟଣ । ମାଟି ଅତଡା ଧସି ଦୁଇ ଶ୍ରମିକଙ୍କ ମୃତ୍ୟୁ । କୋରାପୁଟ- ରାୟଗଡ଼ା ରେଳ ଲାଇନରେ ଆଜି ଏପରି ଘଟଣା ଘଟିଛି।
କୋରାପୁଟ: ଟନେଲ କାମ ଚାଲିଥିବା ବେଳେ ଅଘଟଣ । ମାଟି ଅତଡା ଧସି ଦୁଇ ଶ୍ରମିକଙ୍କ ମୃତ୍ୟୁ । କୋରାପୁଟ- ରାୟଗଡ଼ା ରେଳ ଲାଇନରେ ଆଜି ଏପରି ଘଟଣା ଘଟିଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଚାଲିଛି ।

୨ ମୃତକ ହେଲେ ବୁର୍ଜାର ରବିପ୍ରେପେକା ଓ ଆସାମର ଜହରଦ୍ଦିନ । ମୃତକଙ୍କ ମୃତଦେହ ଲକ୍ଷ୍ମୀପୁର ଡାକ୍ତରଖାନାରେ ରଖାଯାଇଛି ।
ଆଜି ଲକ୍ଷ୍ମୀପୁର ବ୍ଲକ କୁଶୁମୁଗୁଡ଼ା -୨ ନମ୍ୱର ଟନେଲରେ କାମ ଚାଲିଥିଲା। ଠିକ୍ ସେହି ସମୟରେ ହଠାତ୍ ମାଟି ଅତଡା ଖସି ଥିଲା। ଫଳରେ ମାଟି ତଳେ ଚାପି ହୋଇଯାଇଥିଲା ଦୁଇ ଜୀବନ । ତେବେ ଟନେଲ୍ରେ କେତେ ଶ୍ରମିକ କାମ କରୁଥିଲେ? ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି, ସେ ସମ୍ପର୍କରେ କିଛି ଜଣାପଡ଼ି ନାହିଁ।












Click it and Unblock the Notifications