କଳାହାଣ୍ଡି ଜିଲ୍ଲା କାରାଗାରରୁ ଦୁଇ ଜଣ କଏଦୀ ଫେରାର ଘଟଣା; ଧର୍ମଗଡରୁ ଜଣେ ଗିରଫ

କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାରରୁ ଦୁଇ ଜଣ କଏଦୀ ଫେରାର ଘଟଣା । ଦୁଇ କଏଦୀଙ୍କ ମଧ୍ୟରୁ ପୋଲିସ ଜଣଙ୍କୁ ଖୋଜି ପାଇଛି । ତାଙ୍କ ନାମ ସିକନ୍ଦର ଜାଲ ବୋଲି ଜଣାପଡିଛି । ଧର୍ମଗଡ ନିକଟସ୍ଥ କାଶିବାହଲରୁ ରବିବାର ତାଙ୍କୁ ପୋଲିସ ଧରିଛି ।

ସେପଟେ ଏହି ଘଟଣାର ତଦନ୍ତ ପାଇଁ ମୁଖ୍ୟ କାରାଗାରରେ ପହଞ୍ଚିଛନ୍ତି ସିନିଅର୍ ସୁପରିଟେଣ୍ଡ କୋରାପୁଟ ସର୍କଲର ମନୋରଞ୍ଜନ ପ୍ରତିହାରୀ ।

ସୂଚନା ଯୋଗ୍ୟ, ଭବାନୀପାଟଣା ଜେଲ୍‌ରୁ ଦୁଇ ଜଣ ବିଚାରାଧୀନ କଏଦୀ ଫେରାର ହୋଇ ଯାଇଥିଲେ । ଗତକାଲି ସକାଳେ ଦୁଇ ଜଣ ଜେଲ୍‌ରେ ନ ଥିବା ଜଣାପଡ଼ିଥିଲା। ବହୁ ଖୋଜାଖୋଜି କରି ସେମାନଙ୍କୁ ପାଇ ନ ଥିଲେ ଜେଲ୍‌ କର୍ତ୍ତୃପକ୍ଷ। କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାରର ପାଚେରୀ ଡେଇଁ ଦୁଇ ଜଣ କଏଦୀ ଫେରାର ହୋଇଯାଇଥିଲେ ।

Bhawanipatna Jail

ଫେରାର ବିଚାରାଧୀନ କଏଦୀମାନେ ସିକନ୍ଦର ଜାଲ ଓ ନୀଳମଣି ମାଝି। ସିକନ୍ଦର ନୂଆପଡ଼ା ଜିଲ୍ଲାର ହୋଇଥିବା ବେଳେ ନୀଳମଣି ଧର୍ମଗଡ ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ଥିଲେ।

ସକାଳୁ ବଗିଚା କାମ କରୁଥିବାବେଳେ ପାଚେରୀ ଦେଇ ଚମ୍ପଟ ମାରିଥିବା ଜିଲ୍ଲା କାରାଗାର ପକ୍ଷରୁ ଟାଉନ ଥାନା ରେ ସୂଚନା ଦିଆଯାଇଛି । ହେଲେ ସେମାନେ କିପରି ଓ କେତେବେଳେ ଫେରାର ହେଲା, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ଅଭିଯୋଗକୁ ନେଇ ପୋଲିସ ଦୁଇଟି ସ୍ଵତନ୍ତ୍ର ଟିମ୍ ପ୍ରସ୍ତୁତ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ଧର୍ମଗଡର ସିକନ୍ଦର ଜାଲକୁ ତାଙ୍କ ଘରୁ ଗିରଫ କରିଛି । ହେଲେ ବର୍ତ୍ତମାନ ସୁଦ୍ଧା ଅନ୍ୟ ଜଣେ କଏଦୀକୁ ଧରିବାରେ ବିଫଳ ରହିଛନ୍ତି ପୋଲିସ ଓ ଜେଲ କର୍ତ୍ତୃପକ୍ଷ।

ସେପଟେ ଏହାର ତଦନ୍ତ ପାଇଁ ମୁଖ୍ୟ କାରାଗାରରେ ପହଞ୍ଚିଛନ୍ତି ସିନିୟର୍ ସୁପରିଟେଣ୍ଡ କୋରାପୁଟ ସର୍କଲର ମନୋରଞ୍ଜନ ପ୍ରତିହାରୀ । ସେ ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଦୁଇ ଜଣ ବିଚାରଧୀନ କଏଦୀ ଫେରାର ମାରିବାରେ ସଫଳ ହୋଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପଟେ ଦୁଇଜଣ ବିଚାରଧୀନ କଏଦୀଙ୍କ ଫଟୋ ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+