ଭବାନୀପାଟଣା ଜେଲ୍‌ରୁ ଦୁଇ ଜଣ ବିଚାରାଧୀନ କଏଦୀ ଫେରାର

ଭବାନୀପାଟଣା ଜେଲ୍‌ରୁ ଦୁଇ ଜଣ ବିଚାରାଧୀନ କଏଦୀ ଫେରାର । ଆଜି ସକାଳେ ଦୁଇ ଜଣ ଜେଲ୍‌ରେ ନ ଥିବା ଜଣାପଡ଼ିଥିଲା। ବହୁ ଖୋଜାଖୋଜି କରି ସେମାନଙ୍କୁ ପାଇ ନ ଥିଲେ ଜେଲ୍‌ କର୍ତ୍ତୃପକ୍ଷ । କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାରର ପାଚେରୀ ଡେଇଁ ଦୁଇ ଜଣ କଏଦୀ ଫେରାର ହୋଇଯାଇଛନ୍ତି ।

ଫେରାର ବିଚାରାଧୀନ କଏଦୀମାନେ ହେଉଛନ୍ତି ସିକନ୍ଦର ଜାଲ ଓ ନୀଳମଣି ମାଝି। ସିକନ୍ଦର ନୂଆପଡ଼ା ଜିଲ୍ଲାର ହୋଇଥିବା ବେଳେ ନୀଳମଣି ଧର୍ମଗଡ ଅଞ୍ଚଳର ବୋଲି ଜଣାପଡ଼ିଛି । ସେମାନଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ଥିଲେ ।

Two trial prisoners

ଆଜି ସକାଳୁ ବଗିଚା କାମ କରୁଥିବାବେଳେ ପାଚେରୀ ଦେଇ ଚମ୍ପଟ ମାରିଥିବା ଜିଲ୍ଲା କାରାଗାର ପକ୍ଷରୁ ଟାଉନ ଥାନା ରେ ସୂଚନା ଦିଆଯାଇଛି । ହେଲେ ସେମାନେ କିପରି ଓ କେତେବେଳେ ଫେରାର ହେଲା, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+