ମନରୁ ଲିଭିନି ବାହାନାଗାର ଚିହ୍ନ; ପୁଣି ମୁହାଁମୁହିଁ ହେଲେ ଦୁଇ ଯାତ୍ରୀବାହୀ ଟ୍ରେନ

ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । କଟକ ଜଗତପୁର ନିକଟରେ ଦେଖିବାକୁ ମିଳିଛି ଅଭାବନୀୟ ଚିତ୍ର । ଗୋଟିଏ ଟ୍ରାକ୍‌ରେ ଚାଲିଆସିଲା ଦୁଇଟି ଟ୍ରେନ । ଗୋଟିଏ ପାସେଞ୍ଜର ଟ୍ରେନ ଓ ଅନ୍ୟଟି ମେମୁ ଟ୍ରେନ ।

ଗୋଟିଏ ଲାଇନରେ ଦୁଇଟି ମେମୁ ଟ୍ରେନ ପାଖା ପାଖି ଆସିଯାଇ ଥିଲେ । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଥିଲା ।

ବାହାନାଗା ରେଳ ଦୁର୍ଘଟଣାର ଦାଗ ଏଯାଏଁ ଲିଭିନି । ଏବେ ବି ପରିଚୟ ଅପେକ୍ଷାରେ ୨୮ ମୃତଦେହ । ମନରୁ ଯାଇନି ଏହି ମର୍ମନ୍ତୁଦ ଦୁର୍ଘଟଣାର ଦୁର୍ଦ୍ଦଶା । ଏହାରି ଭିତରେ କଟକରେ ପୁଣି ଦୁଇଟି ଯାତ୍ରୀବାହୀ ଟ୍ରେନ୍‌ ମୁହାଁମୁହିଁ ହୋଇଛନ୍ତି ।

ଟ୍ରେନ୍‌ ଦୁଇଟି ମୁହାଁ ମୁହିଁ ହେବାରୁ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ଦିଆଯାଇଛି । ସୁରକ୍ଷା ପ୍ରୋଟକଲ୍ ଅନୁସାରେ ଏହି ଦୁଇଟି ଟ୍ରେନ୍ ଯାତ୍ରା କରୁଥିବାରୁ ଏକ ବଡ ଦୁର୍ଘଟଣା ଟଳିଯାଇଥିବା ବୋଲି କୁହାଯାଉଛି ।

RAILWAY_ACCIDENT

ଭିଡିଓ ଭାଇରାଲ ହେବା ପରେ ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଅନ ଔଉପଚାରିକ ଭାବେ ସଫେଇ ଦେଇଛନ୍ତି ଯେ, ଏହା ରେଳବାଇର ଏକ ସ୍ୱାଭାବିକ କାର୍ଯ୍ୟକ୍ରମ । ଦୁଇଟି ଯାକ ମେମୁ ଟ୍ରେନ ଗୋଟିଏ ଲାଇନରେ ଥିଲା ସତ କିନ୍ତୁ ମୁହାଁମୁହିଁ ଅବସ୍ଥାରେ ନଥିଲେ । ବରଂ ଟ୍ରେନ ଦୁଇଟି ଯାକ ପଛକୁ ପଛ ଥିଲା । ଭୟ କରିବାର ଆବଶ୍ୟକତା ନାହିଁ ।

ପୂର୍ବତଟ ରେଳ ପକ୍ଷରୁ ଅଟୋମେଟିକ୍‌ ସିଗନାଲିଂ ସିଷ୍ଟମ ବିଭିନ୍ନ ଷ୍ଟେସନ୍‌ରେ ଏବେ ପ୍ରଚଳନ କରାଯାଉଥିବା କଥା କହିଛନ୍ତି । ମୁହାଁମୁହିଁ ହୋଇଥିବା ଦୁଇଟି ଟ୍ରେନ ମଧ୍ୟରେ ଗୋଟିଏ ପାସେଞ୍ଜର ଏବଂ ଅନ୍ୟଟି ମେମୁ ଟ୍ରେନ୍‌ ହୋଇଥିବା କୁହାଯାଉଛି ।

ଉଭୟ ଗାଡ଼ି ମଧ୍ୟରେ ରେଳବାଇ ଦ୍ୱାରା ଧାର୍ଯ୍ୟ ହୋଇ ଥିବା ୧୨୦ ମିଟରର ଦୂରତା ରଖା ଯାଇଥିଲା । ନୂଆ କରି ସିଗ୍‌ନାଲ କାମ କରାଯାଉ ଥିବାରୁ ଦୁଇଟି ଯାକ ଗାଡ଼ିକୁ ଅଟକା ଯାଇଥିଲା ।

ଉଲ୍ଲେଖଥାଉ କି, ଗତ ଜୁନ୍ ମାସ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ ମାଲଗାଡ଼ି ଉପରେ ଚଢ଼ି ଯାଇଥିଲା । ଠିକ୍‌ ସେହି ସମୟରେ ଆସୁଥିବା ବାଙ୍ଗାଲୁରୁ-ହାୱାଡ଼ା ୟେଶବନ୍ତପୁର ଏକ୍ସପ୍ରେସ୍‌ର ଉପରେ ପଡ଼ିଥିଲା କରମଣ୍ଡଳ ଏକ୍ସପ୍ରେସ୍‌ । ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ବାକି ୫ ଜଣଙ୍କ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ । ଏହି ଘଟଣା ସମଗ୍ର ଦେଶରେ ଆଲୋଡନ ଖେଳାଇ ଦେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+