ପୁରୀ ସମୁଦ୍ରରେ ପୁଣି ଅଘଟଣ : ଗାଧୋଇବା ବେଳେ ଭାସିଗଲେ ଦୁଇ ପର୍ଯ୍ୟଟକ
ପୁରୀ : ପୁରୀ ସମୁଦ୍ରରେ ପୁଣି ଅଘଟଣ । ଭସିଗଲେ ଦୁଇଜଣ ପର୍ଯ୍ୟଟକ । ଗାଧୋଇବା ବେଳେ ବୁଡିଗଲେ ଦୁଇ ପର୍ଯ୍ୟଟକ । ଏପରି ଅଘଟଣ ପୁରୀରେ ଦେଖାଯାଇଛି । ସମସ୍ତେ ଗାଧାଉଥିବା ବେଳେ ଦୁଇ ଜଣ
ପର୍ଯ୍ୟଟକ ହଠାତ ଭାସି ଯାଇଥିଲେ । ପରେ ସେମାନଙ୍କୁ ଉଦ୍ଧାର କରଯାଇଛି ।
ସମୁଦ୍ରରେ ସ୍ନାନ ବେଳେ ଦୁଇଜଣ ପର୍ଯ୍ୟଟକ ବୁଡି ଯାଇଛନ୍ତି । ଗଭୀର ସମୁଦ୍ର ଭିତରକୁ ଯାଇ ଦୁଇଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ । ଯାଜପୁର ଅଞ୍ଚଳର ରଞ୍ଜନ ମହାନ୍ତି ଓ ଶ୍ୟାମସୁନ୍ଦର ମହାନ୍ତି ଦୁଇ ପର୍ଯ୍ୟଟକ ଉଦ୍ଧାର ହେଉଛନ୍ତି । ଦିଗବାରେଣି ଛକ ସମୁଦ୍ରରେ ଗାଧୋଉଥିବା ବେଳେ ଦୁଇ ପର୍ଯ୍ୟଟକ ଉଦ୍ଧାର ହୋଇଛନ୍ତି ।

ସୂଚନା ଅନୁସାରେ, ଯାଜପୁର ଅଞ୍ଚଳର ଦୁଇ ଜଣ ପୁରୀ ବୁଲିବାକୁ ଆସିଥିଲେ । ପୁରୀର ଦିଗବାରେଣି ଛକ ସମୁଦ୍ରରେ ଦୁଇ ଜଣ ଗାଧୋଉ ଥିଲେ । ପାଖରେ ଅନ୍ୟାନ୍ୟ ଲୋକ ବି ଗାଧୋଉ ଥିଲେ । ତେବେ ହଠାତ ଦୁଇ ପର୍ଯ୍ୟଟକ ବୁଡି ଯାଇଥିଲେ । ସେମାନେ କେମିତି ବୁଡ଼ିଲେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଅଧିକ ଭିତରକୁ ପଳାଇଥିଲେ ନା ହଠାତ୍ କଣ ହେଲା ସେ ନେଇ କିଛି ସୂଚନା ମିଳିନାହିଁ ।
ଏହାପରେ ସଙ୍ଗେ ସଙ୍ଗେ ତୁରନ୍ତ ଲାଇଫ୍ ଗାର୍ଡଙ୍କୁ ଖବର ଦିଆଯାଇଥିଲା । ଲାଇଫ୍ ଗାର୍ଡ ଖବର ପାଇ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବହୁ ପରିଶ୍ରମ ପରେ ଦୁଇ ପର୍ଯ୍ୟଟକଙ୍କୁ ଲାଇଫ୍ ଗାର୍ଡ ଉଦ୍ଧାର କରିଥିଲା।












Click it and Unblock the Notifications