ଜାମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ବଡ ସଫଳତା, ଏନକାଉଣ୍ଟରରେ ଟଳିଲେ ଦୁଇ ଆତଙ୍କବାଦୀ

ଏନକାଉଣ୍ଟରରେ ଟଳିଲେ ଦୁଇ ଆତଙ୍କବାଦୀ। ଜମ୍ମୁ-କଶ୍ମୀର କୁପଓ୍ୱାଡା ଜିଲ୍ଲର ଗୁଗଲଧର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଗତକାଲି ଠାରୁ ଗୁଳିବିନିମୟ ଜାରି ରହିଛି। ଆଜି ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏନେଇ ଭାରତୀୟ ସେନାର ଚିନାର କର୍ପସ ସୂଚନା ଦେଇଛି।

terrorists

ଗତକାଲି ଗୁଗଲଧର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷା ବାହିନୀ ସୂଚନା ପାଇଥିଲା। ଏହା ପରେ ଏହି ଅପରେସନ୍ ଆରମ୍ଭ ହୋଇଥିଲା। ପୂରା ଅଞ୍ଚଳକୁ ଘେରି ରହିଥିଲା ସୁରକ୍ଷା ବାହିନୀ। ଏହାପରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ଯେଉଁଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି।

ଜବତ ହୋଇଥିବା ହତିଆର ଏବଂ ଅନ୍ୟାନ୍ୟ ସାମଗ୍ରୀରୁ ଆତଙ୍କବାଦୀମାନେ ଏକ ବଡ଼ ଷଡଯନ୍ତ୍ର କରିବାକୁ ଯୋଜନା କରୁଥିବା ସେନା କହିଛି। ଏହି ଅଞ୍ଚଳରେ ଏବେ ମଧ୍ୟ ସୁରକ୍ଷା ବାହିନୀର ଉପସ୍ଥିତି ରହିଛି। ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ଏହି ଅପରେସନ୍‌ ଆତଙ୍କବାଦ ବିରୋଧରେ ସୁରକ୍ଷା ବାହିନୀ ଦ୍ୱାରା ପରିଚାଳିତ ଅଭିଯାନର ଏକ ଅଂଶ, ଯେଉଁଥିରେ ଲଗାତର ଆତଙ୍କବାଦୀଙ୍କୁ ହଟାଇବା ଏବଂ ଘାଟିରେ ଶାନ୍ତି ବଜାୟ ରଖିବା ପାଇଁ ନିରନ୍ତର କାର୍ଯ୍ୟ ଚାଲିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+