ହାତୀକୁ ନିଆଁହୁଳା ମାଡ଼ ଘଟଣା: ୨ ବନ କର୍ମଚାରୀ ବହିଷ୍କୃତ
କରଞ୍ଜିଆ: ହାତୀକୁ ନିଆଁହୁଳା ମାଡ଼ ଘଟଣାରେ ୨ ବନ କର୍ମଚାରୀ ବହିଷ୍କୃତ । ଦୁଧିଆଣି ରେଞ୍ଜର ଏହି ୨ ଅସ୍ଥାୟୀ ବନ କର୍ମଚାରୀ ଦୀପକ ମୁଣ୍ଡା ଓ ବାପି ମାଝୀଙ୍କୁ ବହିଷ୍କୃତ କରାଯାଉଛି।
କରଞ୍ଜିଆ ଡିଭିଜନ ଡୁମୁରିଆ ଗାଁରେ ହାତୀକୁ ନିଆଁହୁଳା ମାଡ଼ କରିଥିଲେ । ମୟୁରଭଞ୍ଜ ଜିଲ୍ଲା ଦୁଧିଆଣି ରେଞ୍ଜ୍ ଅଧୀନରେ ଥିବା ବଡ଼ଗୁମା ଗାଁରେ ହାତୀ ଘଉଡ଼ାଇବା ବେଳେ ଏହି ଘଟଣା ଘଟିଥିଲା, ଯାହାର ଭିଡିଓ ଭାଇରାଲ ହୋଇଥିଲା।
ହାତୀକୁ ଘଉଡାଇବା ପାଇଁ ନିଆଁ ହୁଳା ମାଡ଼ ହୋଇଥଲା। ହାତୀକୁ ନିଆଁ ହୁଳା ମାଡ଼ ଭିଡ଼ିଓ ମୋବାଇଲରୁ ମୋବାଇଲ ଭାଇରଲ ହୋଇଥିଲା। ଏହାକୁ ସବୁ ମହଲରୁ ନିନ୍ଦା କରାଯାଇଥିଲା।

କିଛି ସ୍ଥାନୀୟ ଲୋକ ଓ ବନ କର୍ମଚାରୀ ହାତୀ ଘଉଡ଼ାଉ ଥିବା ବେଳେ ନିଆଁ ହୁଳା ମାଡ଼ କରିଥିଲେ। ନିଆଁ ହୁଳା ଧରିଥିବା ଏହି ଦୁଇ ବନକର୍ମଚାରୀ ଗୋଟିଏ ହାତୀକୁ ପ୍ରହାର କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଥିଲା।
ତେବେ ଏହି ଘଟଣାର ତଦନ୍ତ ପାଇଁ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (RCCF) ନିର୍ଦେଶ ଦେଇଥିଲେ। ଦୁଇ ଅସ୍ଥାୟୀ ବନ କର୍ମଚାରୀ ସଫେଇ ଦେଇଥିଲେ ଯେ ହାତୀ ଜନବସତି ଆଡ଼କୁ ମାଡ଼ି ଆସିଥିଲା ଓ ସେମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ସେଥିପାଇଁ ହାତୀକୁ ନିଆଁହୁଳାରେ ପକାଇଥିଲେ । ତେବେ ବନ ବିଭାଗ ପକ୍ଷରୁ ପୂରା ଘଟଣାକୁ ଅନୁଧ୍ୟାନ କରି, ଦୁଇ ଅସ୍ଥାୟୀ ବନ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି।
କରଞ୍ଜିଆ ବନଖଣ୍ଡରେ ହାତୀପଲ ଉପଦ୍ରବ କରୁଛନ୍ତି । ଗତ ୨୬ ଦିନ ମଧ୍ୟରେ ୩୫ରୁ ଅଧିକ ଘର ଭାଙ୍ଗିଲେଣି । ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଲୋକେ ହାତୀ ଘଉଡାଇବା ପାଇଁ ଏପରି ପନ୍ଥା ଆପଣାଇଛନ୍ତି ।ସ୍ଥାନୀୟ ଅଞ୍ଚଳରେ ୨୨ ଟିକିଆ ହାତୀପଲ ଉପଦ୍ରବ କରୁଛନ୍ତି । ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି।












Click it and Unblock the Notifications