ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାର ଦୁଇଜଣ ଶିକ୍ଷକଙ୍କୁ ମନୋନୀତ

ଆସନ୍ତା ଗୁରୁଦିବସ ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାର ଦୁଇଜଣ ଶିକ୍ଷକଙ୍କୁ ମନୋନୀତ କରାଯାଇଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏହି ଦୁଇ ଶିକ୍ଷକଙ୍କ ସମେତ ଦେଶର ମୋଟ ୫୦ଜଣ ଶିକ୍ଷକଙ୍କୁ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲାର ନର୍ଲାସ୍ଥିତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲ୍ଲାର ବିଲେସୁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ୱିତିଚନ୍ଦ୍ର ସାହୁଙ୍କୁ ଚଳିତବର୍ଷ 'ଜାତୀୟ ଶିକ୍ଷକ ପୁରସ୍କାର' ପ୍ରଦାନ କରାଯିବ ।

National Teacher Award

ସେପ୍ଟେମ୍ବର ୫ତାରିଖ ଗୁରୁଦିବସରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏହି ଶିକ୍ଷକମାନଙ୍କୁ ମେରିଟ୍ ସାର୍ଟଫିକେଟ୍‌, ନଗଦ ୫୦ହଜାର ଟଙ୍କା ଓ ରୌପ୍ୟ ପଦକ ପ୍ରଦାନ କରିବେ । ଆଜି ଏନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+