ଫେରିଲା ସ୍ୱାଇନ୍ ଫ୍ଲୁ: ରାଜଧାନୀରେ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ
ରାଜଧାନୀର ଦୁଇ ଜଣ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜଣଙ୍କର ରିପୋର୍ଟ ଆସିନି। ସେମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ।
ଭୁବନେଶ୍ୱର: ଓଡ଼ିଶାକୁ ପୁଣି ଫେରିଲା ସ୍ୱାଇନ୍ ଫ୍ଲୁ । କରୋନା ଲହର କମିଥିବା ବେଳେ ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଆତଙ୍କ ଦେଖା ଦେଇଛି । ପ୍ରାୟ ୨ ବର୍ଷ ପରେ ରାଜ୍ୟକୁ ଫେରିଛି ସ୍ୱାଇନ୍ ଫ୍ଲୁ । ରାଜଧାନୀର ଦୁଇ ଜଣ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜଣଙ୍କର ରିପୋର୍ଟ ଆସିନି। ସେମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ ।

ସ୍ୱାଇନ୍ ଫ୍ଲୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ଏବଂ ଆଉ ଜଣେ ନୟାଗଡ଼ର। ଉଭୟ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
୨୦୦୯ ରେ ରାଜ୍ୟରେ ପ୍ରଥମ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୨୦୧୬ରେ ରାଜ୍ୟରେ ଜଣେ ମାତ୍ର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୧୭ରେ ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଶୀର୍ଷକୁ ଛୁଇଁଥିଲା । ସେହିବର୍ଷ ୪୧୪ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଶେଷଥର ରାଜ୍ୟରେ ପାଇଁ ୨୦୨୦ ରାଜ୍ୟରେ ସ୍ୱାଇନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ।












Click it and Unblock the Notifications