ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ଚାଲିଗଲା ଜୀବନ
ବାଲେଶ୍ୱର ଜିଲ୍ଲା ସୋର ଥାନା ଖରାସାହାପୁର ଗାଁରେ ଦୁଇ ଭଉଣୀ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଜୀବନ ହରାଇଛନ୍ତି। ମୃତକ ଦୁଇ ଭଉଣୀ ହେଲେ ରାଜଲକ୍ଷ୍ମୀ ବେହେରା ଓ ଭାଗ୍ୟଲକ୍ଷ୍ମୀ ବେହେରା। ଉଭୟେ ଘର ନିକଟ ପୋଖରୀରେ ଗାଧୋଇବାକୁ ଯାଇଥିବାବେଳେ ବୁଡ଼ିଯାଇଥିଲେ। ସେଠାରେ ଗାଧୋଇବା ବେଳେ ଉଭୟଙ୍କ ଗୋଡ଼ ଖସି ଯିବାରୁ ପୋଖରୀରେ ବୁଡି ଯାଇଥିଲେ।

ଦୀର୍ଘ ସମୟ ପରେ ରୋଷେଇ ସାରି ତାଙ୍କ ମା ଖୋଜାଖୋଜି କରିଥିଲେ। ପୋଖରୀ ହୁଡାରେ ଉଭୟଙ୍କ ଜୋତା ଦେଖି ପରିବାର ଲୋକେ ତାଙ୍କୁ ପୋଖରୀରେ ଖୋଜିବା ସହିତ ପୋଖରୀରୁ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।












Click it and Unblock the Notifications