ଛତୁଆ ଖାଇ ୨ ଭଉଣୀ ମୃତ, ଦୁଇ ଗୁରୁତର

ଅଙ୍ଗନବାଡ଼ି ନାଁରେ ଆସିଲା ସାଂଘାତିକ ଅଭିଯୋଗ। ଅଙ୍ଗନବାଡ଼ି ଛତୁଆ ଖାଇ ୨ ନାବାଳିକା ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ନେଇ ହୋଇଛି ଅଭିଯୋଗ। ଛତୁଆ ଖାଇବା ପରେ ଅସୁସ୍ଥ ହୋଇ ପଡିଥିଲେ ଗୋଟିଏ ପରିବାରର ୪ ଜଣ ସଦସ୍ୟ। ବାପାଙ୍କ ସମେତ ୩ ଜଣ ଝିଅ ଛତୁଆ ଖାଇବାପରେ ଅସୁସ୍ଥ ହୋଇ ପଡିଥିଲେ। ପରେ ହସ୍ପିଟାଲରେ ପହଞ୍ଚିବା ପରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ବେଳେ, ଆଉ ଜଣଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି। ଏବେବି ବାପା ଓ ବଡ଼ ଝିଅ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

Two sisters die

ଛତୁଆ ଖାଇ ମୃତ୍ୟୁ: ତେବେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ରାମଗିରି ଗାଁରେ। ଗୁରିବାର ଦିନ ଅଙ୍ଗନବାଡିରୁ ଛତୁଆ ଆଣିଥିଲେ ପରିବାର ଲୋକେ। ଏବଂ ଗତକାଲି ଅପରାହ୍ନରେ ସମସ୍ତେ ମିଶି ଛତୁଆ ଖାଇଥିଲେ।

ହଠାତ୍ ବାପାଙ୍କ ସମେତ ୪ ଜଣ ଅସୁସ୍ଥ ହୋଇ ପଡିଲେ। ପେଟ ଯନ୍ତ୍ରଣାରେ ଛଟପଟ ହେଲେ। ତେଣୁ ସମସ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ରାମଗିରି ହସ୍ପିଟାଲ ଏବଂ ପାରଳାଖେମୁଣ୍ଡି ହସ୍ପିଟାଲରେ ୨ ଶିଶୁକନ୍ୟାଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ବାପା ଏବଂ ଅନ୍ୟଜଣେ ଝିଅ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି।

ବାପାଙ୍କ ଅଭିଯୋଗ: ତେବେ ଏହି ମୃତ୍ୟୁ ଘଟଣାକୁ ନେଇ ମୃତକଙ୍କ ବାପା ଅର୍ଥାତ୍ ପୀଡିତ ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି କି- ଅଙ୍ଗନବାଡି ଛତୁଆ ଖାଇବା ପରେ ସେମାନଙ୍କ ଦେହ ଖରାପ ହୋଇଛି। କାରଣ ଛତୁଆ ଛଡ଼ା ସେମାନେ ଆଉ କିଛି ଖାଇନାହାନ୍ତି।

ତେବେ କାହିଁକି ଏବଂ କେଉଁଭଳି ପରିସ୍ଥିତିରେ ଘଟିଲା ଏପରି ଅଘଟଣ ସେନେଇ ସ୍ପଷ୍ଟ ହୋଇପାରୁନାହିଁ। କିନ୍ତୁ ସୂଚନାନୂସାରେ, ହେମାକୁଡିଆ ଗାଁର ଅର୍ଜୁନ ପଦମୁଣ୍ଡିଙ୍କ ପରିବାର ଗତକାଲି ଅପରାହ୍ନରେ ଛତୁଆ ଖାଇଥିଲେ। ଏହାପରେ ପରେ ଅର୍ଜୁନଙ୍କ ସମେତ ୪ ଜଣ ଗୁରୁତର ହେବାପରେ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କୁ ପ୍ରଥମେ ଭର୍ତ୍ତି କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+