ପୋଖରୀରେ ଦୁଇ ଭଉଣୀଙ୍କ ସଲିଳ ସମାଧି

ବିଲ ପାଖ ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ଜୀବନ ଯାଇଛି

ପୋଖରୀରେ ବୁଡି ମୃତ୍ୟୁ

ମାଲକାନାଗିରି : ବିଲ ପାଖ ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ଜୀବନ ଯାଇଛି । ଏଭଳି ଅଭାବନୀୟ ଘଟଣା ଆଜି ଘଟିଛି ମାଲକାନାଗିରିର ମୋଟୁ ଥାନା ଅନ୍ତର୍ଗତ ମୁକାନପାଲି ଗାଁରେ । ମୃତ ଭଉଣୀ ଦୁଇ ଜଣଙ୍କର ବୟସ 6 ଓ 3 ବର୍ଷ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ଦୁଇ ଝିଅକୁ ନେଇ ମା ବିଲକୁ ଧାନ କାଟିବାକୁ ଯାଇଥିଲେ । ବିଲ ପାଖ ପୋଖରୀରେ ଦୁଇ ଭଉଣୀ ଖେଳିବା ସମୟରେ ସାନ ଭଉଣୀ ପାଣିରେ ବୁଡି ଯାଇଥିଲା । ସାନ ଭଉଣୀ ପାଣିରେ ବୁଡିବା ଦେଖି ବଡ ଭଉଣୀ ବଞ୍ଚେଇବାକୁ ପୋଖରୀ ଭିତରକୁ ଚାଲିଯାଇଥିଲା । ତେବେ ସେଠାରେ ଦୁଇ ଜଣ ବୁଡି ଯାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+