ଆଜି ନାମାଙ୍କନ ଭାରିବେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ , ସାଙ୍ଗରେ ରହିବେ ବରିଷ୍ଠ ନେତା
ଆଜି ଦୁଇ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ନାମାଙ୍କନ ଦାଖଲ କରିବେ। ପ୍ରଥମେ ଉଭୟ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ କରିବେ। ପରେ ସେମାନେ ବିଧାନସଭା ଯାଇ ନାମାଙ୍କନ ଦାଖଲ କରିବେ । କାଲି ଦୁଇ ନେତାଙ୍କ ନାମ ଘୋଷଣା କରିଥିଲା ।

ସୂଚନା ଯୋଗ୍ୟ ଯେ , ଗତ କାଲି ରାଜ୍ୟସଭା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ବିଜୁ ଜନତା ଦଳ । ୩ଟି ଆସନ ମଧ୍ୟରୁ ୨ଟି ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି । ମୋଟ ୩ଟି ସିଟ୍ରେ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ୨ ଜଣଙ୍କ ନାଁ ଘୋଷଣା କରାଯାଇଛି ।
ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜେଡି । ସେହିଭଳି ବିଜେଡି ଯୁବ ମୋର୍ଚ୍ଚା ଉପ-ସଭାପତି ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି ଦଳ । ତେବେ ଅନ୍ୟ ଗୋଟିଏ ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିନାହିଁ ।
ଦେବାଶିଷ ସାମନ୍ତରାୟ ୨୦୦୯ ଏବଂ ୨୦୧୪ରେ ବିଜେଡି ଟିକେଟରୁ କଟକ ବାରବାଟୀ ଆସନରୁ ଲଢି ବିଜୟୀ ହେଇଥିଲେ । ହେଲେ ୨୦୧୯ ମସିହାରେ କଂଗ୍ରେସ ନେତା ମହମ୍ମଦ ମୋକିମ୍ ତାଙ୍କୁ ହରାଇ ବିଧାନସଭାକୁ ଯାଇଥିଲେ । ଅନ୍ୟପଟେ ପୁରୀର ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ମଧ୍ୟ ରାଜ୍ୟସଭା ଉପହାର ଦେଇଛି ଦଳ । ଗତ କିଛି ବର୍ଷ ଧରି ଶୁଭାଶିଷ ପୁରୀ ରାଜନୀତିରେ ସକ୍ରିୟ ଥିଲେ ।












Click it and Unblock the Notifications