ରାଷ୍ଟ୍ରପତି ପୋଲିସ ପଦକ ଘୋଷିତ, ଓଡ଼ିଶାରୁ ୨ ଜଣ

ମୋଟ ୧୩ଜଣଙ୍କ ମଧ୍ୟରୁ ୨ଜଣ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତିଙ୍କ ପୋଲିସ ପଦକ ପାଉଥିବା ବେଳେ ଅବଶିଷ୍ଟ ୧୧ଜଣଙ୍କୁ ଗୁଣାତ୍ମକ ସେବା ନିମନ୍ତେ ପୋଲିସଙ୍କୁ ପୋଲିସ ପଦକ ମିଳିବ ।

ଭୁବନେଶ୍ବର: ଗଣତନ୍ତ୍ର ଦିବସରେ ମିଳିବ ସାହସିକତା ରାଷ୍ଟ୍ରପତି ପୋଲିସ ପଦକ । ଏନେଇ ଆଜି ଏହାର ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ଓଡିଶାରୁ ଦୁଇ ଜଣଙ୍କ ନାମ ରହିଛି । ସେହିପରି ଅନ୍ୟାନ୍ୟ ବିଭାଗରେ 11 ଜଣଙ୍କ ନାମ ରହିଛି । ମୋଟ ୧୩ଜଣଙ୍କ ମଧ୍ୟରୁ ୨ଜଣ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତିଙ୍କ ପୋଲିସ ପଦକ ପାଉଥିବା ବେଳେ ଅବଶିଷ୍ଟ ୧୧ଜଣଙ୍କୁ ଗୁଣାତ୍ମକ ସେବା ନିମନ୍ତେ ପୋଲିସଙ୍କୁ ପୋଲିସ ପଦକ ମିଳିବ ।

Presidents Police Medal

ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା ଏବଂ BSPA ଡେପୁଟୀ ସୁବେଦାର ବୁଦ୍ଧି ବାହାଦୁର ଥାପାଙ୍କୁ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିତ କରାଯିବ। ସେହିପରି ଆଇନ ଶୃଙ୍ଖଳା ପାଇଁ ଆଇଜି ପ୍ରବୀଣ କୁମାର, ASP ରବୀନ୍ଦ୍ର ଦାସ, ASP ଭବାନୀ ଶଙ୍କର ମିଶ୍ର, ଡେପୁଟୀ କମାଣ୍ଡାଣ୍ଟ ଅଶୋକ ଦେହୁରୀ, ଏସିପି ପ୍ରକାଶ ପାଲ, ASI ମନୋରଂଜନ ଶତପଥୀ, ହାବିଲଦାର ସରୋଜ ଭୋଇ, ହାବିଲଦାର ସେକ୍ ନାଶିରୁଦ୍ଦିନ, କନଷ୍ଟେବଲ ଗୌତମ ପାତ୍ର ପ୍ରମୁଖ ପୋଲିସ ପଦକ ପାଇବେ।

ତେବେ ଦେଶର ୨୦୫ ଜଣଙ୍କୁ ମିଳିବ ଏହି ସାହସିକତା ପଦକ । ଯାହା ମଧ୍ୟରୁ ଜାମ୍ମୁ ଓ କାଶ୍ମୀରର ସର୍ବାଧିକ ୫୨ ପୋଲିସଙ୍କୁ ମିଳିବ ସାହସିକତା ପଦକ । ସେହିପରି ୟୁପିରୁ 87, ମହାରାଷ୍ଟ୍ରରରୁ 57, 131 ଜଣ CRPF ରୁ , 71 ଜଣ BSFରୁ ମିଳିବ ଏହି ମେଡାଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+