ଗଛ ତଳେ ବସିଥିଲେ, ବଜ୍ରପାତରେ ଚାଳିଗଲା ୨ ଜୀବନ
ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ କାଲିବାହାଲରେ ଆଜି ଅପରାହ୍ନରେ ବଜ୍ରାଘାତରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ କାଲିବାହାଲ ଗ୍ରାମର ଦୁଃଖବନ୍ଧୁ ମାଝୀ (୨୫) ଓ ବୀର କିଷାନ (୪୫)। ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୩ଟା ବେଳେ ପ୍ରବଳ ବର୍ଷା ହେବାରୁ ରାସ୍ତାରେ ଯାଉଥିବା ଦୁଃଖବନ୍ଧୁ ଓ ବୀର ଏକ ମହୁଲ ଗଛ ତଳକୁ ଆସି ଆଶ୍ରୟ ନେଇଥିଲେ।

ଏହି ସମୟରେ ବଜ୍ରାଘାତ ହେବାରୁ ଉଭୟ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଗ୍ରହଣ ଘୋଷଣା କରିଥିଲେ।












Click it and Unblock the Notifications