For Quick Alerts
Turn On Notification  
For Daily Alerts
Oneindia App Download

ଭୁବନେଶ୍ୱର ବିମାନ ବନ୍ଦରରେ ଦୁଇ ଯାତ୍ରୀ ପଜିଟିଭ ଚିହ୍ନଟ

ଗତକାଲିଠୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍କ୍ରିନିଂ ଆରମ୍ଭ ହୋଇଛି। ଆଉ ସ୍କ୍ରିନିଂ ଆରମ୍ଭ ହେଉ ହେଉ ୨ ଜଣ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

|

ଭୁବନେଶ୍ୱର: ଦେଶରେ କରୋନାର ନୂଆ ଷ୍ଟ୍ରେନ ଦେଖା ଦେବା ପରେ ତତପର ହୋଇଛନ୍ତି ରାଜ୍ୟ ସରକାର । ତେବେ ଗତକାଲିଠୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍କ୍ରିନିଂ ଆରମ୍ଭ ହୋଇଛି। ଆଉ ସ୍କ୍ରିନିଂ ଆରମ୍ଭ ହେଉ ହେଉ ୨ ଜଣ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Bhubaneswar airport

ସେମାନଙ୍କ ମଧ୍ୟରୁ ଜଣେ ମୁମ୍ବାଇରୁ ଫେରିଥିବା ବ୍ୟକ୍ତିଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇଛି । ସେହିପରି ଅନ୍ୟ ଜଣେ ଯାତ୍ରୀ ବି ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବିଭିନ୍ନ ରାଜ୍ୟରେ ଦେଖାଦେଇଛି କରୋନାର ନୂଆ ଷ୍ଟ୍ରେନ୍‌। ଏଣୁ ପୁଣି ଥରେ କରୋନାର କୋପ କାୟା ବିସ୍ତାର କରିବା ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ବିଭିନ୍ନ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ନିମନ୍ତେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପୁଣି ଥରେ ସ୍କ୍ରିନିଂ ଆରମ୍ଭ ହୋଇଛି। କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌କୁ ନଜରରେ ରଖି ବିଏମ୍‌ସି ଏଭଳି ସତର୍କତା ମୂଳକ ପଦକ୍ଷେପ ନେଇଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Two passengers Found Corona positive at Bhubaneswar airport
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X