ଭୁବନେଶ୍ୱର ବିମାନ ବନ୍ଦରରେ ଦୁଇ ଯାତ୍ରୀ ପଜିଟିଭ ଚିହ୍ନଟ
ଗତକାଲିଠୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍କ୍ରିନିଂ ଆରମ୍ଭ ହୋଇଛି। ଆଉ ସ୍କ୍ରିନିଂ ଆରମ୍ଭ ହେଉ ହେଉ ୨ ଜଣ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ୱର: ଦେଶରେ କରୋନାର ନୂଆ ଷ୍ଟ୍ରେନ ଦେଖା ଦେବା ପରେ ତତପର ହୋଇଛନ୍ତି ରାଜ୍ୟ ସରକାର । ତେବେ ଗତକାଲିଠୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍କ୍ରିନିଂ ଆରମ୍ଭ ହୋଇଛି। ଆଉ ସ୍କ୍ରିନିଂ ଆରମ୍ଭ ହେଉ ହେଉ ୨ ଜଣ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ଜଣେ ମୁମ୍ବାଇରୁ ଫେରିଥିବା ବ୍ୟକ୍ତିଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇଛି । ସେହିପରି ଅନ୍ୟ ଜଣେ ଯାତ୍ରୀ ବି ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବିଭିନ୍ନ ରାଜ୍ୟରେ ଦେଖାଦେଇଛି କରୋନାର ନୂଆ ଷ୍ଟ୍ରେନ୍। ଏଣୁ ପୁଣି ଥରେ କରୋନାର କୋପ କାୟା ବିସ୍ତାର କରିବା ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ବିଭିନ୍ନ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ନିମନ୍ତେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପୁଣି ଥରେ ସ୍କ୍ରିନିଂ ଆରମ୍ଭ ହୋଇଛି। କରୋନାର ଦ୍ୱିତୀୟ ଷ୍ଟ୍ରେନ୍କୁ ନଜରରେ ରଖି ବିଏମ୍ସି ଏଭଳି ସତର୍କତା ମୂଳକ ପଦକ୍ଷେପ ନେଇଛି।












Click it and Unblock the Notifications