ପୁଣି ସୃଷ୍ଟି ହୋଇପାରେ ଦୁଇଟି ଲଘୁଚାପ; ୧୨ ଘଣ୍ଟାରେ ଲଘୁଚାପ ସୃଷ୍ଟି ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
ପୁଣି ସୃଷ୍ଟି ହୋଇପାରେ ଦୁଇଟି ଲଘୁଚାପ । ୧୨ ଘଣ୍ଟାରେ ଲଘୁଚାପ ସୃଷ୍ଟି ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ସମାନ ଅଞ୍ଚଳରେ ସୃଷ୍ଟି ହୋଇପାରେ ଲଘୁଚାପ ।

ଜ୍ୟରେ ଗତ କିଛିଦିନ ଧରି ବର୍ଷା ଜାରି ରହିଥିବାବେଳେ ଶୁକ୍ରବାର ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ତେବେ ୨୯ ତାରିଖ ବେଳକୁ ଉତ୍ତର-ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଘନୀଭୂତ ହୋଇ ୩୦ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ଶୁକ୍ରବାର ଭଦ୍ରକରେ ୧୭.୨ ମିମି, ଭବାନୀ ପାଟଣାରେ ୧୩,୨ ମିମି, ଦାରିଙ୍ଗିବାଡ଼ିରେ ୧୨.୦ ମିମି, ଚାନ୍ଦବାଲିରେ ୮.୯ ମିମି ଏବଂ ଯାଜପୁରରେ ୮.୦ ମିମି ବର୍ଷା ରେକର୍ଡ ହୋଇଛି। ଶନିବାର ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ବଜ୍ରପାତ ଓ ଝଟ୍କା ପବନ ନେଇ ଏସବୁ ଜିଲା ସମେତ ଦେବଗଡ଼, ଅନୁଗୋଳ, ଢ଼େଙ୍କାନାଳ, ବାଲେଶ୍ୱର ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।












Click it and Unblock the Notifications