ନକଲି ଔଷଧ କାରବାର: କଟକରୁ ପୁଣି ଦୁଇ ଗିରଫ, ୮ ହଜାର ଷ୍ଟ୍ରିପ ନକଲି ଟେଲମା-40 ଜବତ
ନକଲି ଔଷଧ କାରବାର ମାମଲାରେ କଟକରୁ ପୁଣି ଦୁଇ ଗିରଫ । କମିସନରେଟ ପୋଲିସ କଟକ ନୟାସଡ଼କ ଏବଂ ନିମଚଉଡି ଅଞ୍ଚଳର ଦୁଇ ଷ୍ଟକିଷ୍ଟ ଶିବ କୁମାର କୟାଲ ଓ ମହେନ୍ଦ୍ର କୁମାର ମୋଦିଙ୍କୁ ଗିରଫ କରିଛି ।
କଟକ: ନକଲି ଔଷଧ କାରବାର ମାମଲାରେ କଟକରୁ ପୁଣି ଦୁଇ ଗିରଫ । କମିସନରେଟ ପୋଲିସ କଟକ ନୟାସଡ଼କ ଏବଂ ନିମଚଉଡି ଅଞ୍ଚଳର ଦୁଇ ଷ୍ଟକିଷ୍ଟ ଶିବ କୁମାର କୟାଲ ଓ ମହେନ୍ଦ୍ର କୁମାର ମୋଦିଙ୍କୁ ଗିରଫ କରିଛି ।

ସେମାନଙ୍କ ନିକଟରୁ ୮ ହଜାର ଷ୍ଟ୍ରିପ ନକଲି ଟେଲମା -୪୦ ଔଷଧ ଜବତ କରାଯାଇଛି । ଜବତ ନକଲି ଔଷଧର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କା ହେବ । ଗିରଫ ଦୁଇ ଷ୍ଟକିଷ୍ଟ ପୂର୍ବରୁ ଗିରଫ ହୋଇଥିବା ଭିଆର ଏଜେନ୍ସି ଏବଂ ପୂଜା ଏଣ୍ଟରପ୍ରାଇଜର୍ସର ଦୁଇ ଷ୍ଟକିଷ୍ଟଙ୍କଠାରୁ ନକଲି ଔଷଧ କିଣି ଛୋଟ ଛୋଟ ଫାର୍ମାକୁ ବିତରଣ କରୁଥିଲେ ।
ଏହି ଦୁଇ ଷ୍ଟକିଷ୍ଟ ପୂର୍ବରୁ ଗିରଫ ହୋଇଥିବା ଦୁଇଟି ଷ୍ଟକିଷ୍ଟି ଭିଆର ଏଜେନ୍ସି ଏବଂ ପୂଜା ଏଣ୍ଟରପ୍ରାଇଯାରର୍ସ ଠାରୁ ନକଲି ଔଷଧ କିଣି ଛୋଟ ଛୋଟ ଫାର୍ମାକୁ ଔଷଧ ବିତରଣ କରୁଥିଲେ । ତେବେ ନକଲି ଔଷଧ କାରବାର ଘଟଣାରେ ଡ୍ରଗ୍ସ କଂଟ୍ରୋଲ ବିଭାଗ ଏବଂ ପୋଲିସ ଜାଣିବା ପରେ ଏହି ଦୁଇଟି ଷ୍ଟକିଷ୍ଟ ଉପରେ ଚଢ଼ଉ କରି ବିପୁଳ ପରିମାଣର ଔଷଧ ଜବତ କରିବାସହ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଦୁଇ ଜଣ କେବେ ଠାରୁ ନକଲି ଔଷଧ କାରବାର କରୁଥିଲେ ଅଉ କାହାକୁ କାହାକୁ ଔଷଧ ବିତରଣ କରିଛନ୍ତି ସେସବୁ ତଦନ୍ତ ଚାଲିଛି ।












Click it and Unblock the Notifications