ନିଆଁ ପୋଇଁବା ବେଳେ ଅଭାବନୀୟ ଘଟଣା, ଜଳିଗଲେ ୨ ନାବାଳକ
ବୌଦ୍ଧ : ବୌଦ୍ଧ ଜିଲା ବାଉଁଶୁଣୀ ଥାନା ବଲାକିରା ଗାଁରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁ ପୋଇଁବା ବେଳେ ୨ଜଣ ନାବାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ୨ ନାବାଳକ ସମ୍ପର୍କରେ ମାମୁ ଓ ଭଣଜା ହୋଇଥିବା ସୂଚନା ମିଳିଛି। ଏନେଇ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ହରଭଙ୍ଗା ବ୍ଲକ ବସନ୍ତବାହଲ ଗ୍ରାମର ସଞ୍ଜିତ ଉର୍ମାଙ୍କ ପୁଅ କ୍ରୀଷ୍ଣା ଊର୍ମା ବଳାକିରା ଗ୍ରାମରେ ଥିବା ନିଜ ସମ୍ପର୍କୀୟ ଘରକୁ ଆସିଥିଲେ। ସେ ସନ୍ଧ୍ୟା ସମୟରେ ବଲାକିରା ଗ୍ରାମର ସୁବଳ ଭୋଇଙ୍କ ପୁଅ କ୍ରୀଷ୍ଣା ଭୋଇଙ୍କ ସାଙ୍ଗରେ ନିକଟସ୍ଥ ପାଳ ଗଦା ସମ୍ମୁଖରେ ନିଆଁ ପୋଇଁ ହେଉଥିଲେ।

ଅସାବଧାନତା କାରଣରୁ ଉଭୟ ନିଆଁରେ ପୋଡ଼ି ହୋଇଯାଇଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଗ୍ରାମବାସୀ ବାଉଁଶୁଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦୁଇ ନବଳକଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଘଟଣା ସ୍ଥଳରେ ବାଉଁଶୁଣୀ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।












Click it and Unblock the Notifications