ନବ ଦାସଙ୍କ ଝାରସୁଗୁଡ଼ା ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ; ବୟାନ ରେକର୍ଡ ପାଇଁ ପହଞ୍ଚିଲା ଟିମ୍

ନବ ଦାସଙ୍କ ଝାରସୁଗୁଡ଼ା ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ । ନୂଆ ତଦନ୍ତ ଅଧିକାରୀ ଓ ଜଣେ ମହିଳା ଅଧିକାରୀ ପହଞ୍ଚିଲେ। ବୟାନ ରେକର୍ଡ ପାଇଁ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍।

Naba Das s Jharsuguda house

ନବ ଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ କରିଛନ୍ତି ନବ ଦାସଙ୍କ ସ୍ତ୍ରୀ । ସେ ଇ-ମେଲ ଜରିଆରେ ସାକ୍ଷାତକାରର ସମୟ ମାଗିଛନ୍ତି। ଇ-ମେଲ ସହ ପୋଷ୍ଟାଲରେ ମଧ୍ୟ ଏକ ଚିଠି ପଠାଇ ସମୟ ମାଗିଛନ୍ତି ନବ ଦାସଙ୍କ ସ୍ତ୍ରୀ । ସିବିଆଇ ତଦନ୍ତ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ ରହିଛି । ଏନେଇ ନବ ଦାସଙ୍କ ପୁଅ ବିଶାଳ ଦାସ ସୂଚନା ଦେଇଛନ୍ତି। ଗତ ୧୧ ତାରିଖରେ ମା' ଇ-ମେଲ କରିଥିବା ପୁଅ କହିଛନ୍ତି ।

ମାମଲାର ବିବରଣୀ ଅନୁସାରେ, ନବ ଦାସଙ୍କୁ ୨୦୨୩ ଜାନୁଆରୀ ୨୯ରେ ହତ୍ୟା କରାଯାଇଥିଲା। ବ୍ରଜରାଜନଗରର ଗାନ୍ଧୀ ଛକଠାରେ ପୋଲିସ ଏଏସଆଇ ଗୋପାଳ ଦାସ ୪ ରାଉଣ୍ଡ ଗୁଳି ଚାଳନାକରି ଏହି ହତ୍ୟାକାଣ୍ଡ ଘଟାଇଥିଲେ। ଏହି ହତ୍ୟା ଘଟଣାକୁ ୨ ବର୍ଷ ପୂରିଥିବାବେଳେ ଅଦ୍ୟାବଧି ତଦନ୍ତର କୌଣସି ଅଗ୍ରଗତି ହେଉନାହିଁ। ତେଣୁ ଆବେଦନକାରୀ ପିନାକ ପାଣି ମହାନ୍ତି ମାମଲାର ସିବିଆଇ ତଦନ୍ତ ଦାବିରେ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ଉକ୍ତ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନବ ଦାସ ହତ୍ୟା ଘଟଣା ସଂକ୍ରାନ୍ତୀୟ ରିପୋର୍ଟ ଦାଖଲ କରିବା ନିମନ୍ତେ ଆଦେଶ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+