ସୃଷ୍ଟି ହେଲା ଦୁଇଟି ଲଘୁଚାପ, ୬ ଜିଲ୍ଲାକୁ ସତର୍କ ସୂଚନା ଜାରି

ରାଜ୍ୟରେ ଯୋଡ଼ା ଲଘୁଚାପ ସୃଷ୍ଟି ହୋଇଛି । ଉତ୍ତର ବଙ୍ଗାପସାଗରର ପାର୍ଶ୍ବବର୍ତ୍ତୀ ବାଂଲାଦେଶ, ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । ସେହିପରି ଉତ୍ତର ପଶ୍ଚିମ ମଧ୍ୟପ୍ରଦେଶ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି ।

rain

ସୃଷ୍ଟି ହେଲା ଯୋଡ଼ା ଲଘୁଚାପ- ତେବେ ଏକା ସଙ୍ଗେ ଦୁଇଟି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଆଜି ରାଜ୍ୟର 6ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା ଏବଂ ବରଗଡରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ, କଟକ, ସୋନପୁର, ଦେବଗଡ଼, ବଲାଙ୍ଗୀର ଏବଂ କନ୍ଧମାଳରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ।

15 ତାରିଖରେ ଏହି ସ୍ଥାନରେ ବର୍ଷା- ଆସନ୍ତାକାଲି ମଧ୍ୟ ଭାରି ବର୍ଷାର ସମ୍ଭାବନା ରହିଛି । 15 ତାରିଖରେ ଝାରସୁଗୁଡା, ବରଗଡ, ସୁନ୍ଦରଗଡ଼ ଏବଂ ସମ୍ବଲପୁରରେ ଭାରି ବର୍ଷା ହୋଇପାରେ । କିଛି ସ୍ଥାନରେ ଘଡ଼ଘଡ଼ି ସହିକ ବର୍ଷା ହେବା ନେଇ ମଧ୍ୟ କୁହାଯାଇଛି । ତେଣୁ ସାଧାରଣ ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+