ଆସୁଛି ବ୍ୟାକ୍‌ ଟୁ ବ୍ୟାକ୍ ଦୁଇଟି ଲଘୁଚାପ: ଆଜି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା

ଦଶହରାକୁ ଭିଜାଇବ ବର୍ଷା । ଅଧିକ ବର୍ଷା ହୋଇପାରେ । ମିଆଁମାରରେ ସୃଷ୍ଟି ଲଘୁଚାପ ୩୦ ତାରିଖ ବେଳକୁ ଓଡ଼ିଶା ଉପକୂଳ ବଙ୍ଗୋପସାଗରକୁ ଆସିପାରେ । ୨ ତାରିଖ ବେଳକୁ ଏହା ଓଡ଼ିଶା ଉପକୂଳ ପାଖରେ ରହିବ ବୋଲି ଜିଏଫଏସ୍‌ ମଡେଲ ଆକଳନ କରିଛି। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।

ପାଣିପାଗ ବିଭାଗ ଆକଳନ ଅନୁସାରେ, ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୨୪ ଘଣ୍ଟା ଭିତରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ସୋମବାର କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି ।

୨୫ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ଏହା ପ୍ରଭାବରେ ୨୭ ତାରିଖ ଯାଏ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୨୩ ଓ ୨୪ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୫ରୁ ୨୭ ଯାଏ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୪ ବା ୨୫ ତାରିଖରେ ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ ।

Low-pressure area likely to form in Bay of Bengal today

୨୬ରେ ଏହା ଗୋପାଳପୁର ଓ ବିଶାଖପାଟଣା ମଝିରେ ଉପକୂଳ ଛୁଇଁବ । ଏହା ଅବପାତ ରୂପ ନେବ । ରାଜ୍ୟରେ ୨୩ ତାରିଖ ଯାଏ ବର୍ଷା ଲାଗି ରହିବ । ୨୪ରୁ ବର୍ଷା ବଢ଼ିବ । ୨୫ରୁ ଭାରୀ ବର୍ଷା ହେବ । ଜିଏଫ୍‌ଏସ୍‌ ମଡେଲ ଆକଳନ କହୁଛି, ଚାଇନା ସାଗରରେ ଏକ ଲଘୁଚାପ ହୋଇଛି । ଏହା ଗଭୀର ଅବପାତ ରୂପ ନେବ । ୩୦ରେ ଏହାର କିଛି ଅଂଶବିଶେଷ ମିଆଁମାରରେ ପହଞ୍ଜି ଓଡ଼ିଶା ଉପକୂଳକୁ ମୁହାଁଇବ । କିନ୍ତୁ ଅନ୍ୟ ମଡେଲ ଏହି ପୂର୍ବାନୁମାନ କରିନାହାନ୍ତି । ୨୬ ବା ୨୭ରେ ବାତ୍ୟା ସ୍ଥିତି ସୃଷ୍ଟି ପାଇଁ ପାଗ ଅନୁକୂଳ ରହିଛି ବୋଲି ଆଇଏମଡି ବୁଲେଟିନ୍‌ରେ ଆକଳନ କରିଛି । କିନ୍ତୁ ୨୪ ଓ ୨୫ ତାରିଖ ବେଳକୁ ଏହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+