ଗୁଡ଼ି ସୂତା ଲାଗି ୨ ଆହତ
ମକର ସଂକ୍ରାନ୍ତି ପୂର୍ବରୁ କଟକରେ ଘଟିଛି ଅଘଟଣ । ପୁଣି କଟକରେ ଗୁଡ଼ି ମାଞ୍ଜା ସୂତାରେ ୨ ଜଣଙ୍କ ବେକ କଟିଛି । ବାଇକ୍ରେ ଯିବା ସମୟରେ ବେକରେ ସୂତା ଲାଗି ଯିବାରୁ ଜଣେ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଛନ୍ତି । କଟକ ବୟାଳିଶମୌଜା ଅଞ୍ଚଳରେ ଅଘଟଣ ଘଟିଛି । ଦୁଇଜଣ ହେଲେ ଦେବୀ କଲ୍ୟାଣ ଆଚାର୍ଯ୍ୟ ଓ ଆଶା ଲତା ଆଚାର୍ଯ୍ୟ । ଚିକିତ୍ସା ପାଇଁ ଦୁହିଁଙ୍କୁ ମେଡ଼ିକାଲ ପଠାଇଛନ୍ତି ସ୍ଥାନୀୟ ଲୋକେ ।
ଆହତ ଦୁହେଁ ସମ୍ପର୍କ ପୁତୁରା-ପିୟୁସୀ ହେବେ । ସେମାନଙ୍କ ପଡ଼ୋଶୀ କହିଛନ୍ତି, ସକାଳୁ ସେ ଡ୍ୟୁଟି ଯାଉଥିଲେ । ସେହିସମୟରେ ଅଘଟଣ ଘଟିଛି । ଗୁଡ଼ି ସୂତା ଲାଗି ତାଙ୍କ ବେକ କଟିଯାଇଛି । ବେକରେ ୪ଟି ଷ୍ଟିଚ୍ ପଡିଛି । ମକର ସଂକ୍ରାନ୍ତି ପୂର୍ବରୁ ଏପରି ଅଘଟଣ ଘଟିଛି । ଚେକିଂ ହେଉନାହିଁ । ଖୁଲମଖୁଲା ଗୁଡ଼ି ସୂତା ବିକ୍ରି ହେଉଛି । ଏଥିରେ ପୁଲିସ୍ ପ୍ରଶାସନର ଅବହେଳା ରହିଥିବା ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି । ଆଗକୁ ଯେପରି ଏପରି ଅଘଟଣ ନ ଘଟୁ ସେ ଦିଗରେ ପ୍ରଶାସନକୁ ଧ୍ୟାନ ଦେବା ଆବଶ୍ୟକ ।

ତେବେ କଟକରେ ଗୁଡ଼ି ସୂତା ଲାଗି ବେକ କଟିବା ଘଟଣା ନୂଆ ନୁହେଁ । ନଭେମ୍ବର ମାସ ପରେ ପରେ ସହରରେ ମାଞ୍ଜା ସୂତା କାଳ ହୋଇଥାଏ । ବିଶେଷ କରି ବାଇକ୍ରେ ଯାଉଥବା ଲାେକ ଏହାର ଶିକାର ହୋଇଥାନ୍ତି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications