ଭିଜିଲାନ୍ସ ଜାଲରେ ଦୁଇ ଜଣ ସରକାରୀ ବାବୁ: ଭିଜିଲାନ୍ସ ପକ୍ଷରୁ ଚଢ଼ାଉ
ଭିଜିଲାନ୍ସ ଜାଲରେ ଦୁଇ ଜଣ ସରକାରୀ ବାବୁ। ଉପ ଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଭୁବନେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ଚଢାଉରେ ୭ ଡିଏସପି, ୩ ଜଣ ଇନସପେକ୍ଟର ଏବଂ ୮ ଜଣ ଆଇଆଇସି ସାମିଲ ଅଛନ୍ତି। ଉପଜିଲ୍ଲାପାଳଙ୍କର ଭୁବନେଶ୍ୱର ଝାରପଡ଼ାରେ ୩ ତାଲା କୋଠା, ଭଦ୍ରକ କୁଆଁଶରେ ୩ ତାଲା କୋଠା, ଭଦ୍ରକ ଗେଲପୁରରେ ଏକ ଦୁଇ ମହଲା ବିଶିଷ୍ଟ କୋଠା ଥିବା ସୂଚନା ମିଳିଛି।
ଉପଜିଲ୍ଲାପାଳ ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘର ଚଢ଼ାଉ କରିଛି।

ଭିଜିଲାନ୍ସ ଜାଲରେ ଡେପୁଟି ଜେନେରାଲ୍ ମ୍ୟାନେଜର୍
କର୍ପୋରେସନ୍(OPHWC) ବ୍ରହ୍ମପୁର ଡିଭିଜନ୍ର ଡେପୁଟି ଜେନେରାଲ୍ ମ୍ୟାନେଜର୍ ସୁବାଷ ଚନ୍ଦ୍ର ପଣ୍ଡା ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଛି। ସୁବାଷଙ୍କ ଭୁବନେଶ୍ୱର ଓ ବ୍ରହ୍ମପୁର ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି।
ସୁବାଷଙ୍କ ଭୁବନେଶ୍ୱର ଆଇଗିଣିଆରେ ଥିବା ଘର , ମଞ୍ଚେଶ୍ୱର ଥିବା ଘର, ବ୍ରହ୍ମପୁର ଖାରବେଳ ନଗରରେ ଥିବା ଭଡ଼ା ଘର ଓ ବ୍ରହ୍ମପୁର ଅଫିସରେ ଚଢ଼ାଉ କରିଛି ଭିଜିଲାନ୍ସ।












Click it and Unblock the Notifications