ଦୁଇଟି ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ପୁରୀବାସୀ

ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀବାସୀ ୨ଟି ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ। ପୂର୍ବରୁ ପୁରୀବାସୀଙ୍କ ସମେତ ଅନ୍ୟ ଭକ୍ତମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିଲେ।

ପୁରୀ: ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀବାସୀ ୨ଟି ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ। ପୂର୍ବରୁ ପୁରୀବାସୀଙ୍କ ସମେତ ଅନ୍ୟ ଭକ୍ତମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିଲେ। ଏଣିକି ପୁରୀବାସୀ ସିଂହଦ୍ୱାର ସମେତ ପଶ୍ଚିମଦ୍ୱାର ଦେଇ ମଧ୍ୟ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Puri Shree Mandir

ନଭେମ୍ବର ୧ ତାରିଖରୁ ଏହି ନୂଆ ନିୟମ ଲାଗୁ ହେବ। ମହାମାରୀ କରୋନାର କଟକଣା ହଟିବା ପରେ ଖୋଲିଥିଲା ଶ୍ରୀମନ୍ଦିର। ସିଂହଦ୍ୱାର ଦେଇ ପ୍ରବେଶ କରିବାର ବ୍ୟବସ୍ଥା ରହିଥିଲା। ତେଣୁ ସବୁଦିନ ଶ୍ରୀମନ୍ଦିର ଯାଉଥିବା ସ୍ଥାନୀୟ ବାସିନ୍ଦାଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଥିଲା। ଯେଉଁଥିପାଇଁ ସହରବାସୀ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଜିଲ୍ଲାପାଳ ସମର୍ଥ ବର୍ମା ଓ ବରିଷ୍ଠ ସେବାୟତଙ୍କ ଅନୁପସ୍ଥିତିରେ ଆଜି ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ଅଥବା କୋଭିଡ-୧୯ ଟିକାର ଡବଲ ଡୋଜ ପ୍ରମାଣପତ୍ର ନେଇକି ଯିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+