ସେଲଫି ହେଲା କାଳ, ଡ୍ୟାମରେ ବୁଡି ଚାଲିଗଲା ଦୁଇ ବନ୍ଧୁଙ୍କ ଜୀବନ
ଟିକିଏ ଅସାବଧାନତା ପାଇଁ ସେଲଫି ନେବାବେଳେ ଡ୍ୟାମରେ ବୁଡିଗଲେ ଦୁଇ ଯୁବକ । ତେବେ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ଜଣେ ଏବେ ବି ନିଖୋଜ ଅଛନ୍ତି ।
ରାଉରକେଲା: ସେଲଫି ନେଉଥିଲେ, ଡ୍ୟାମକୁ ଖସି ପଡ଼ିଲେ । ସାମାନ୍ୟ ମଜା ମସ୍ତି ଯେ କେତେ ଭୟଙ୍କର ହୋଇପାରେ, ତାହା ରାଉକେଲାର କାଂସବାହାଲ ଡ୍ୟାମରୁ ଆସିଥିବା ଚିତ୍ର ବୟାନ କରୁଛି । ଟିକିଏ ଅସାବଧାନତା ପାଇଁ ସେଲଫି ନେବାବେଳେ ଡ୍ୟାମରେ ବୁଡିଗଲେ ଦୁଇ ଯୁବକ ।

ତେବେ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ଜଣେ ଏବେ ବି ନିଖୋଜ ଅଛନ୍ତି । କିନ୍ତୁ ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ପରବର୍ତ୍ତୀ ସମୟରେ ଆଖି ବୁଜିଥିଲେ । ଅନ୍ୟ ଜଣେ ଯୁବକ ଏବେବି ନିଖୋଜ ଅଛନ୍ତି । ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀ ।
ସାମାନ୍ୟ ଅସବାଧନତା ପ୍ରାଣ ନେଉଥିବାବେଳେ ଆଜିର ଯୁବପୀଢୀ ସେଲଫି ମାନିଆ ହୋଇଛନ୍ତି । ଫଟୋ ଉଠାଇବାର ବ୍ୟାକୁଳତା ଜୀବନ ନେଇଯାଉଛି । ତଥାପି ସଜାଗ ଆଉ ସତେଚନାର ଅଭାବ ଏବେ ମଧ୍ୟ ପରିଲିଖିତ ।












Click it and Unblock the Notifications