ବଜ୍ରାଘାତ ନେଲା ଦୁଇ ଚାଷୀଙ୍କ ଜୀବନ
ସୋର: ବଜ୍ରାଘାତ ନେଲା ଦୁଇ ଚାଷୀଙ୍କ ଜୀବନ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ରାଇପିତାମ୍ବର ଗ୍ରାମରେ ଆଜି ଅପରାହ୍ଣରେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ରାଇପିତାମ୍ବର ଗ୍ରାମର ବସନ୍ତ ଦାସ ଓ ନରେନ୍ଦ୍ର ବିଶ୍ୱାଳ। ସୂଚନା ଅନୁସାରେ ଆଜି ପୂର୍ବାହ୍ଣରେ ବସନ୍ତ ଦାସ, ନରେନ୍ଦ୍ର ବିଶ୍ୱାଳ ଓ ସୁରେନ୍ଦ୍ର ସାହୁଙ୍କ ସମେତ ଅନ୍ୟମାନେ ବିଲକୁ ଚାଷ କାମ ପାଇଁ ଯାଇଥିଲେ। ବିଲରେ କାମ ଚାଲିଥିବା ବେଳେ ବଜ୍ରପାତ ହୋଇଥିଲା।

ଫଳରେ ଏହି ତିନି ଜଣ ବଜ୍ରପାତର ଶିକାର ହୋଇଥିଲେ। ପରିବାର ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ, ଆଉ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହଇଛି।












Click it and Unblock the Notifications