ଡମପଡ଼ା ଅଭୟାରଣ୍ୟକୁ ଫେରିଲେ ମହାନଦୀରେ ଫସିଥିବା ଦୁଇ ହାତୀ
ଚନ୍ଦକା ଡମପଡ଼ା ଅଭୟାରଣ୍ୟକୁ ଫେରିଲେ ମହାନଦୀରେ ଫସିଥିବା ଦୁଇ ହାତୀ । ଦୀର୍ଘ ସମୟ ମହାନଦୀ ରେ ବୁଡି ରହିବା ପରେ ନିଜ ବାସସ୍ଥାନ କୁ ଫେରିଛନ୍ତି ଦୁଇ ହାତୀ। ବୁଧବାର ଆଠଗଡ଼ ସୁକାଶନ ଜଙ୍ଗଲରୁ ଚନ୍ଦକା ଡମପଡ଼ା ଅଭୟାରଣ୍ୟକୁ ଯାଉଥିଲେ ଦୁଇ ହାତୀ।
ଆଠଗଡ଼: ଚନ୍ଦକା ଡମପଡ଼ା ଅଭୟାରଣ୍ୟକୁ ଫେରିଲେ ମହାନଦୀରେ ଫସି ରହିଥିବା ଦୁଇ ହାତୀ । ଦୀର୍ଘ ସମୟ ମହାନଦୀରେ ବୁଡି ରହିବା ପରେ ନିଜ ବାସସ୍ଥାନକୁ ଫେରିଛନ୍ତି ଗଜରାଜ। ବୁଧବାର ଆଠଗଡ଼ ସୁକାଶନ ଜଙ୍ଗଲରୁ ଚନ୍ଦକା ଡମପଡ଼ା ଅଭୟାରଣ୍ୟକୁ ଯାଉଥିଲେ ଦୁଇ ହାତୀ। ଯିବା ବେଳେ ସକାଳ ହୋଇଯିବାରୁ ବାଙ୍କୀ ଭଗିପୁର ଗ୍ରାମ ନିକଟ ମହାନଦୀରେ ଫସି ରହିଥିଲେ ଦୁଇ ହାତୀ ।

ପ୍ରାୟ 12 ଘଣ୍ଟାରୁ ଅଧିକ ସମୟ ଧରି ପାଣି ଭିତରେ ରହିବା ପରେ ହାତୀ ବାହାରକୁ ବାହାରି ଆସିଛନ୍ତି । ତେବେ ହାତୀକୁ ଦେଖିବା ପାଇଁ ନଦୀକୂଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଥିବା ବେଳେ ହାତୀମାନେ ଉପରକୁ ଆସିବାରେ ଅସୁବିଧା ଭୋଗିଥିଲେ।
ସନ୍ଧ୍ୟା ହେବା ପରେ ହାତୀ ଦୁଇଟି ଉପରକୁ ଆସିଥିଲେ, କିନ୍ତୁ ଜନଗହଳି ଥିବାରୁ ହାତୀ ଦୁଇଟି ରାସ୍ତା କଡକୁ ଆସି ପୁଣି ନଦୀ କୂଳକୁ ଫେରି ଯାଇଥିଲେ । ସେଠାରେ 3 ରୁ 4 ଘଣ୍ଟା ରହିବା ପରେ ରାତି ପ୍ରାୟ 3ଟା ସମୟରେ ହାତୀ ଦୁଇଟି ଭଗିପୁର ଗାଁ ନିକଟରେ ଥିବା ବାବା ଧୁଳିଆ ଷଣ୍ଢ ମନ୍ଦିର ଦେଇ ଚନ୍ଦକା ଡମପଡା ଅଭୟାରଣ୍ୟକୁ ଚାଲିଯାଇଛନ୍ତି। ଏନେଇ ଡମପଡା ରେଞ୍ଜର ବିରାଜ ଦାସ ସୂଚନା ଦେଇଛନ୍ତି ।












Click it and Unblock the Notifications