ଏଣିକି ଓଡିଶାରେ ହେବ ଜଟିଳ ଫୁସଫୁସ ରୋଗର ଚିକିତ୍ସା, ଭୁବନେଶ୍ୱର ଏମ୍ସରେ ଲାଗିବ ଦୁଇଟି ଇକ୍ମୋ ମେସିନ୍
ଏଣିକି ECMO ଚିକିତ୍ସା ପାଇଁ ଆଉ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ । ଖୁବଶୀଘ୍ର କୋଭିଡ଼ରେ ସଂକ୍ରମିତ ହୋଇ ଫୁସଫୁସ ସମସ୍ୟାର ଚିକିତ୍ସା ଏବେ ଭୁବନେଶ୍ୱର ଏମ୍ସରେ ହେବ । ଭୁବନେଶ୍ୱର ଏମ୍ସରେ ଲାଗିବ ୨ଟି ଇକ୍ମୋ ମେସିନ।
ଭୁବନେଶ୍ୱର: ଏଣିକି ECMO ଚିକିତ୍ସା ପାଇଁ ଆଉ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ । ଖୁବଶୀଘ୍ର କୋଭିଡ଼ରେ ସଂକ୍ରମିତ ହୋଇ ଫୁସଫୁସ ସମସ୍ୟାର ଚିକିତ୍ସା ଏବେ ଭୁବନେଶ୍ୱର ଏମ୍ସରେ ହେବ । ଭୁବନେଶ୍ୱର ଏମ୍ସରେ ଲାଗିବ ୨ଟି ଇକ୍ମୋ ମେସିନ। ପ୍ରଥମ ଇକ୍ମୋ ମେସିନ ଚଳିତମାସ ଶେଷ ସୁଦ୍ଧା ଲାଗିବ। ପରବର୍ତ୍ତୀ ସମୟରେ ଅନ୍ୟ ଇକ୍ମୋ ମେସିନଟି କାର୍ଯ୍ୟକ୍ଷମ ହେବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି।

ଏମ୍ସ ଭୁବନେଶ୍ବରରେ ବର୍ତ୍ତମାନ କିଛି ଅଧ୍ୟାପକ ECMO ମେସିନ୍ ପରିଚାଳନା ପାଇଁ ତାଲିମପ୍ରାପ୍ତ ଅଛନ୍ତି ଏବଂ ସମାନ କାର୍ଯ୍ୟ କରିବା ପାଇଁ ଅନୁଷ୍ଠାନ ଅଧିକ ଟେକ୍ସିଆନ ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ କରିଛି । ଯାହା ଲୋକଙ୍କୁ ଭବିଷ୍ୟତରେ ସାହାଯ୍ୟ କରିବ, ବିଶେଷକରି ଯେଉଁମାନେ ବାହ୍ୟ ଚିକିତ୍ସା ପାଇଁ ସୂଚିତ । ଏ ନେଇ ଏମ୍ସ ଅଧିକ୍ଷକ ଡଃ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।
ମହାମାରୀ କରୋନାରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ଇକ୍ମୋ ବରଦାନ ସାବ୍ୟସ୍ତ ହୋଇଛି। ହେଲେ ଓଡ଼ିଶାରେ କୌଣସି ସରକାରୀ ମେଡିକାଲ୍ରେ ଇକ୍ମୋ ମେସିନ୍ ନଥିବାରୁ ଗୁରୁତର ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାରଲିପ୍ଟିଂ କରାଯାଉଛି। ଗତ ସପ୍ତାହେ ମଧ୍ୟରେ ୩ ଜଣଙ୍କୁ ଏୟାରଲିପ୍ଟିଂ କରାଯାଇଛି । ଏପରି ସ୍ଥିତି ଓଡ଼ିଶାରେ ଗୁରୁତର ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଭୁବନେଶ୍ୱର ଏମ୍ସରେ ଇକ୍ମୋ ମେସିନ୍ ଇନ୍ଷ୍ଟଲ କରିବାର ବ୍ୟବସ୍ଥା କରାଯାଉଛି।
ସେପଟେ ଓଡ଼ିଶା ସରକାର କଟକ ଏସ୍ସିବି ଓ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ରେ ଇକ୍ମୋ ମେସିନ୍ ଲଗାଇବାର ବ୍ୟବସ୍ଥା କରୁଛନ୍ତି। ଏସ୍ସିବି ପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିବା ବେଳେ କ୍ୟାପିଟାଲ୍ ମେଡିକାଲ୍ ପାଇଁ ସିଏସ୍ଆର୍ ପାଣ୍ଠିରେ ଇକ୍ମୋ ମେସିନ୍ ଲାଗିବ ବୋଲି ଜଣାପଡ଼ିଛି।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications