For Quick Alerts
Turn On Notification  
For Daily Alerts
Oneindia App Download

ଏଣିକି ଓଡିଶାରେ ହେବ ଜଟିଳ ଫୁସଫୁସ ରୋଗର ଚିକିତ୍ସା, ଭୁବନେଶ୍ୱର ଏମ୍ସରେ ଲାଗିବ ଦୁଇଟି ଇକ୍‌ମୋ ମେସିନ୍‌

ଏଣିକି ECMO ଚିକିତ୍ସା ପାଇଁ ଆଉ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ । ଖୁବଶୀଘ୍ର କୋଭିଡ଼ରେ ସଂକ୍ରମିତ ହୋଇ ଫୁସଫୁସ ସମସ୍ୟାର ଚିକିତ୍ସା ଏବେ ଭୁବନେଶ୍ୱର ଏମ୍ସରେ ହେବ । ଭୁବନେଶ୍ୱର ଏମ୍‌ସରେ ଲାଗିବ ୨ଟି ଇକ୍‌ମୋ ମେସିନ।

|

ଭୁବନେଶ୍ୱର: ଏଣିକି ECMO ଚିକିତ୍ସା ପାଇଁ ଆଉ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ । ଖୁବଶୀଘ୍ର କୋଭିଡ଼ରେ ସଂକ୍ରମିତ ହୋଇ ଫୁସଫୁସ ସମସ୍ୟାର ଚିକିତ୍ସା ଏବେ ଭୁବନେଶ୍ୱର ଏମ୍ସରେ ହେବ । ଭୁବନେଶ୍ୱର ଏମ୍‌ସରେ ଲାଗିବ ୨ଟି ଇକ୍‌ମୋ ମେସିନ। ପ୍ରଥମ ଇକ୍‌ମୋ ମେସିନ ଚଳିତମାସ ଶେଷ ସୁଦ୍ଧା ଲାଗିବ। ପରବର୍ତ୍ତୀ ସମୟରେ ଅନ୍ୟ ଇକ୍‌ମୋ ମେସିନଟି କାର୍ଯ୍ୟକ୍ଷମ ହେବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍‌ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି।

ECMO machine

ଏମ୍ସ ଭୁବନେଶ୍ବରରେ ବର୍ତ୍ତମାନ କିଛି ଅଧ୍ୟାପକ ECMO ମେସିନ୍ ପରିଚାଳନା ପାଇଁ ତାଲିମପ୍ରାପ୍ତ ଅଛନ୍ତି ଏବଂ ସମାନ କାର୍ଯ୍ୟ କରିବା ପାଇଁ ଅନୁଷ୍ଠାନ ଅଧିକ ଟେକ୍‌ସିଆନ ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ କରିଛି । ଯାହା ଲୋକଙ୍କୁ ଭବିଷ୍ୟତରେ ସାହାଯ୍ୟ କରିବ, ବିଶେଷକରି ଯେଉଁମାନେ ବାହ୍ୟ ଚିକିତ୍ସା ପାଇଁ ସୂଚିତ । ଏ ନେଇ ଏମ୍ସ ଅଧିକ୍ଷକ ଡଃ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।

ମହାମାରୀ କରୋନାରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ଇକ୍‌ମୋ ବରଦାନ ସାବ୍ୟସ୍ତ ହୋଇଛି। ହେଲେ ଓଡ଼ିଶାରେ କୌଣସି ସରକାରୀ ମେଡିକାଲ୍‌ରେ ଇକ୍‌ମୋ ମେସିନ୍‌ ନଥିବାରୁ ଗୁରୁତର ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାରଲିପ୍ଟିଂ କରାଯାଉଛି। ଗତ ସପ୍ତାହେ ମଧ୍ୟରେ ୩ ଜଣଙ୍କୁ ଏୟାରଲିପ୍ଟିଂ କରାଯାଇଛି । ଏପରି ସ୍ଥିତି ଓଡ଼ିଶାରେ ଗୁରୁତର ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଭୁବନେଶ୍ୱର ଏମ୍‌ସରେ ଇକ୍‌ମୋ ମେସିନ୍‌ ଇନ୍‌ଷ୍ଟଲ କରିବାର ବ୍ୟବସ୍ଥା କରାଯାଉଛି।

ସେପଟେ ଓଡ଼ିଶା ସରକାର କଟକ ଏସ୍‌ସିବି ଓ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଇକ୍‌ମୋ ମେସିନ୍‌ ଲଗାଇବାର ବ୍ୟବସ୍ଥା କରୁଛନ୍ତି। ଏସ୍‌ସିବି ପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିବା ବେଳେ କ୍ୟାପିଟାଲ୍‌ ମେଡିକାଲ୍‌ ପାଇଁ ସିଏସ୍‌ଆର୍‌ ପାଣ୍ଠିରେ ଇକ୍‌ମୋ ମେସିନ୍‌ ଲାଗିବ ବୋଲି ଜଣାପଡ଼ିଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Two ECMO machines will be installed at the Bhubaneswar AIIMS
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X