ଶିମିଳିପାଳ ଲୁଲୁଙ୍ଗ ଝରଣାରେ ବୁଡ଼ିଯାଇ ୨ ଯୁବକ ମୃତ
ଚାଲିଛି ରଜ ପର୍ବ। ଘରେ ଘରେ ପିଠା ପଣାରେ ମହକୁଛି। ଅନେକ ବୁଲାବୁଲି କରି ବଣଭୋଜି ବି କରୁଛନ୍ତି। କିନ୍ତୁ ବର୍ତ୍ତମାନ ଏହି ଭୋଜି କରିବା ସମୟରେ ଏକ ବଡ଼ ଅଘଟଣ ଘଟିଛି। ଝରଣାରେ ଗାଧୋଇଲା ବେଳେ ୨ ସାଙ୍ଗ ବୁଡ଼ି ପ୍ରାଣ ହରାଇଛନ୍ତି।
ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶରେ ଥିବା ପର୍ଯ୍ୟଟନ ସ୍ଥଳୀ ଲୁଲୁଙ୍ଗର ପଲପଳା ନଦୀରେ ଘଟିଛି ଘଟଣା । ଗାଧୋଇବା ବେଳେ ୩ ଜଣ ପର୍ଯ୍ୟଟକ ବୁଡ଼ିଯାଇଥିଲେ । ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଉ ଜଣେ ଏବେବି ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ମୃତକମାନେ ବାରିପଦା ମୂର୍ଗାଭାଡ଼ି ଅଞ୍ଚଳର ଅଙ୍କିତ ଭୁଜବଳ ଓ ତାଙ୍କ ସାଙ୍ଗ ବୋଲି ଜଣାପଡିଛି । ଘଟଣାସ୍ଥଳରେ ବାରିପଦା ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications