ରାଜଧାନୀରେ ଅଭାବନୀୟ ଘଟଣା, ଟ୍ରକ ଧକ୍କାରେ ସ୍ୱାମୀ-ସ୍ତ୍ରୀ ମୃତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବୁଧବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା ପାର୍ ବେଳେ ୨ ଜଣଙ୍କୁ ଘୋଷାଡ଼ି ନେଇଛି ଟ୍ରକ । ଏପରିକି ଗାଡ଼ିର ବେଗ ଏତେ ଅଧିକ ଥିଲା ଯେ ଦୁର୍ଘଟଣା ପରେ ନ ରୋକି ଉକ୍ତ ବ୍ୟକ୍ତି ଜଣଙ୍କୁ ପଳାଶୁଣୀରୁ ସତ୍ୟବିହାର ଯାଏଁ ଘୋଷାଡ଼ି ନେଇଥିଲା ।ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଛି ।

two died in road accident

ଦୁର୍ଘଟଣା ପରେ ଟ୍ରକ ସହ ଡ୍ରାଇଭର ଫେରାର ହୋଇଯାଇଛନ୍ତି । ସୂଚନାନୁଯାୟୀ ପଳାଶୁଣି ଛକ ନିକଟରେ ସ୍ୱାମୀ-ସ୍ତ୍ରୀ ରାସ୍ତା ପାର୍ ହେଉଥିଲେ । ଏହି ସମୟରେ ଏକ ଟ୍ରକ୍ ଆସି ସ୍ୱାମୀ-ସ୍ତ୍ରୀଙ୍କୁ ଧକ୍କା ଦେଇଥିଲା । ଏପିରିକି ଟ୍ରକ ଧକ୍କାରେ ପଳାଶୁଣି ଛକ ନିକଟରେ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀଙ୍କ ସତ୍ୟବିହାର ଛକ ପର୍ଯ୍ୟନ୍ତ ଘୋଷାଡି ନେଇଥିଲା ।

ସେପଟେ ଦୁର୍ଘଟଣା ସଂପର୍କରେ ଖବ ଖବର ପାଇ ପିସିଆର୍ ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚିଛି । ହେଲେ ସେତେବେଳକୁ ଏହି ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇସାରିଥିଲା । ଏ ଏବେ ଯାଏଁ ଦମ୍ପରିଙ୍କର ପରିଚୟ ମିଳିନଥିବା ବେଳେ ଦୁଇଟି ମୃତଦେହକୁ ଜବତ କରି ମେଡିକାଲର ପଠାଇଛି ପୋଲିସ । ଏହାସହ ଘଟଣାର ଛାନ୍‌ଭିନ୍ ଜାରି ରଖିଛି ମଞ୍ଚେଶ୍ୱର ଥାନା ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+