ରେଳଧାରଣାରେ ଖଣ୍ଡ ବିଖଣ୍ଡିତ ଭାବେ ପଡି ରହିଛି ସ୍ୱାମୀ-ସ୍ତ୍ରୀଙ୍କ ମରଶରୀର
ଭୁବନେଶ୍ୱର : ରେଳଧାରଣାରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ। ଖଣ୍ଡ ବିଖଣ୍ଡିତ ଭାବେ ପଡିଛି ମରଶରୀର। ବମିଖାଲ ରେଳ ଧାରଣା ନିକଟରେ ଏହି ଅଘଟଣ ଦେଖିବାକୁ ମିଳିଛି।
ମୃତକ ଦୁଇ ଜଣ କଟକ ଜିଲ୍ଲାର ବୋଲି ସୂଚନା ମିଳିଛି । ଭୁବନେଶ୍ୱର ବମିଖାଲ ରେଳ ଧାରଣାରେ ପଡି ରହିଛି ଦମ୍ପତ୍ତିଙ୍କ ମୃତଦେହ । ଜିଆର୍ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ପ୍ରଥମେ ସ୍ଥାନୀୟ ଲୋକେ ସୋମବାର ଦିନ ବମିଖାଲ ରେଳ ଧାରଣା ନିକଟରେ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ପଡିଥିବାର ଦେଖିଥିଲେ । ଏହାପରେ ତୁରନ୍ତ ଜିଆର୍ପିକୁ ଖବର ଦେଇଥିଲା ଲୋକେ ।
ଜିଆର୍ପି ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ହେଲେ ସଠିକ୍ କାରଣ ଏବେ ଯାଏଁ ଜଣାପଡିନାହିଁ ।
ପୋଲିସର ପ୍ରାଥମିକ ତଦନ୍ତ ପରେ ଅନେକ ଘଟଣା ଉପରୁ ପରଦା ହଟିପାରିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି । ତେବେ ଉଭୟଙ୍କ ସ୍ୱାମୀ-ସ୍ତ୍ରୀଙ୍କ ଘର କଟକ ଜିଲ୍ଲାର ହୋଇଥିବା ବେଳେ ପରିଚୟ ଏବେ ଯାଏଁ ସ୍ପଷ୍ଟ ହେଉନାହିଁ ।












Click it and Unblock the Notifications