ଭୁବନେଶ୍ୱରରେ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ୍; ଧରାପଡ଼ିଲେ ୨୨୦
ସ୍ପେଶାଲ ଡ୍ରାଇଭରେ ଧରାପଡ଼ିଲେ ୨୨୦ । ଭୁବନେଶ୍ୱରରେ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ୍ । ଧରାପଡ଼ିଲେ ୨୨୦ । ୭ ଓ ୮ ତାରିଖ ସ୍ପେଶାଲ ଡ୍ରାଇଭରେ ଧରିଲା କମିଶନରେଟ୍ ପୋଲିସ । ମଦ୍ୟପାନ, ରଙ୍ଗ୍ ରୁଟ୍ ଡ୍ରାଇଭ, ବେଆଇନ ପାର୍କିଂରୁ ତଣ୍ଡ ଗଣିଲେ । ଆଗକୁ ପୂଜା ଆସୁଥିବାରୁ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ସୂଚନା ।
ପୂଜା ସମୟରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ଉପରେ ରହିବ ଅଧିକ ନଜର । କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ପୂଜା ସମୟରେ ଦିନ ଓ ରାତିରେ ଚାଲିବ ଚଢ଼ାଉ ହେବ । ପାର୍ବଣ ଋତୁକୁ ଆଖିରେ ରଖି ଦୁଇ ଦିନ ୭ ଓ ୮ ତାରିଖ ହୋଇଥିଲା ସ୍ପେଶାଲ୍ ଡ୍ରାଇଭ୍ । ମୋଟ ୨୨୦ ଜଣ ଚଳକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ।
ରାଜଧାନୀରେ ରଙ୍ଗ ସାଇଡ ଡ୍ରାଇଭ୍ ୨୦୧, ମୋଡ଼ିଫାଇଡ ସାଇଲେନ୍ସର ୧୩, ମଦ୍ୟପାନ ଜନିତ ଡ୍ରାଇଭ୍ ୬ ଜଣଙ୍କୁ , ୮୪ ବେଆଇନ ପାର୍କିଂ କରୁଥିବା ବେଳେ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । ଆଗକୁ ଏହି ସ୍ପେଶିଆଲ ଡ୍ରାଇଭ୍ ଜାରି ରହିବ ।
ବିଶେଷ କରି ପୂଜା ସମୟରେ ମଦ୍ୟପ ଡ୍ରାଇଭର ଓ ରଙ୍ଗ ସାଇଡ ଡ୍ରାଇଭ୍ କରୁଥିବା ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ କମିସନରେଟ ପୋଲିସ । ପୂଜା ସମୟରେ ରାତି ଦିନ ସବୁବେଳେ ରାଜରାସ୍ତାରେ ହେବ ଚଢାଉ ।

ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ କୋଟି କୋଟି ଟଙ୍କା ତଣ୍ଡ ଗଣୁଛନ୍ତି ଅମାନିଆ ଗାଡ଼ି ଚାଳକ । ବିନା ହେଲମେଟରେ ଗାଡ଼ି ଚଳାଇବା, ରଙ୍ଗ୍ ରୁଟ୍ ରେ ଯିବା, ମଦ ପିଇ ଗାଡ଼ି ଚଲାଇ ତଥା ଟ୍ରାଫିକ୍ ନିୟମ ଭାଙ୍ଗି ଜରିମାନା ଗଣୁଛନ୍ତି ଅମାନିଆ ଗାଡ଼ି ଚାଳକ । ଗତ ତିନି ବର୍ଷରେ 186 କୋଟିରୁ ଅଧିକ ଟଙ୍କାର ଜରିମାନା ଗଣିସାରିଲେଣି । ନିୟମ ଉଲଙ୍ଗ କରି ଧରାପଡ଼ିଛନ୍ତି ମୋଟ୍ 18 ଲକ୍ଷ 52 ହଜାର 394 ଜଣ । ଏତେ ମାତ୍ରାରେ ଜରିମାନା ଆଦାୟ ପରେ ବି ଜନତା ଚେତୁ ନାହାନ୍ତି ।












Click it and Unblock the Notifications