ଦୁଇଦିନ ପରେ ବଦଳିଲା ରାଜ୍ୟ ପାଣିପାଗ
ଦୁଇ ଦିନ ପରେ ବଦଳିଲା ରାଜ୍ୟ ପାଣିପାଗ। ପ୍ରବଳ ସିଟ ସାଙ୍ଗକୁ ବର୍ଷା ପୁରା ଅସ୍ଥିର କରିଦେଇଥିଲା । ଆଜି କିନ୍ତୁ ଦୁଇଦିନ ପରେ ପାଗରେ ସାଧାରଣ ପରିବର୍ତ୍ତନ ହୋଇଛି । ଆଜିଠୁ ଆଗାମୀ ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ।ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜିଠୁ ଆଗାମୀ ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ। କେବଳ ନୟାଗଡ଼ ଏବଂ ଗଞ୍ଜାମର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ହେଲେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବା ସହ ରାତି ତାପମାତ୍ର ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି।
ଓଡିଶାରୁ ଆନ୍ଧ୍ର ମଧ୍ୟ ଦେଇ ଯାଇଥିବା ନିମ୍ନ ଚାପରେଖା ଫଳରେ ଓଡ଼ିଶା ମଧ୍ୟକୁ ପ୍ରଚୁର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଆସୁଛି। ଯାହା ଘନ କୁହୁଡି କରିବାରେ ସହାୟକ ହେବ। ଏଥିପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୪ ଜିଲ୍ଲାରେ ଘନ କୁହୁଡି ନେଇ ପାଣିପାଗ ବିଭାଗ ୟଲୋ ୱାର୍ଣ୍ଣିଂ ଜାରି କରିଛି।
ସୂଚନାଯୋଗ୍ୟ, ରାଜ୍ୟରେ ୨ରୁ ୩ ହେବ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ହେଉଥିଲା। ଫଳରେ ଜାଡ଼ ସାଙ୍ଗକୁ ବର୍ଷା ଲୋକଙ୍କୁ କଲବଲ କରୁଥିଲା। ସକାଳ ଓ ସନ୍ଧ୍ୟାରେ ଘରୁ ବାହାରିବା କଷ୍ଟ ହୋଇପଡ଼ୁଥିଲା। ଆଜି ଏପରି ପାଗରୁ ତ୍ରାହି ମିଳିଛି। ପାଗର ପରିବର୍ତ୍ତନ ହୋଇଛି।












Click it and Unblock the Notifications